ଏମିତି କାହିଁକି କହିଲେ ନୀତିଶ କୁମାର, ଜାଣନ୍ତୁ କଣ କହିଲେ

0

ବେଗୁସରାଇ : ୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ। ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ ଦେଉଥିବାରୁ ଏନେଇ ନୀତୀଶଙ୍କୁ ପ୍ରଶ୍ନ କରାଯାଇଥିଲା। ନୀତୀଶ କହିଛନ୍ତି, ମୁଁ ନେତାମାନଙ୍କୁ ଏମିତି କରିବାପାଇଁ ମନା କରିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଏଭଳି ଦାବିକୁ ଖଣ୍ଡନ କରିଥିଲେ। ତେଜସ୍ବୀ କହିଥି‌‌ଲେ ନୀତୀଶ ବିରୋଧୀ ନେତାଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକଜୁଟ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଏଦିଗରେ କାର୍ଯ୍ୟ କରୁଛନ୍ତି। ତେଜସ୍ବୀ କହିଥିଲେ, ନୀତୀଶ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆମେମାନେ ତାଙ୍କ ତତ୍ତ୍ବାବଧାନରେ କାମ କରୁଛୁ। ଏବେ ତାଙ୍କର ଏକମାତ୍ର ଏଜେଣ୍ଡା ହେଉଛି ସମସ୍ତ ବିରୋଧୀ ଦଳକୁ ଏକତ୍ରିତ କରିବା। ତାଙ୍କର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ନୀତୀଶ କୁମାର ଗତ ଜାନୁଆରି ୫ ତାରିଖରୁ ସମାଧାନ ଯାତ୍ରା କରୁଛନ୍ତି। ଏହି ଯାତ୍ରା ସେ ୧୮ଟି ଜିଲ୍ଲା ଅତିକ୍ରମ କରିବେ। ଗତ ୧୮ ବର୍ଷ ମଧ୍ୟରେ କେଉଁସବୁ କାର୍ଯ୍ୟ କରାଯାଇଛି ସେନେଇ ଲୋକମାନଙ୍କ ମତାମତ ନିଆଯିବ।

Leave A Reply

Your email address will not be published.