ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ସାଲ୍ ଡିକେ ପଟ୍ଟନାୟକ ଉଡ଼ାଇଲେ ରାଫେଲ୍ ଯୁଦ୍ଧବିମାନ

0

ଭୁବନେଶ୍ବର(ଆମ ଟିଭି ) : ପ୍ରଥମ ଓଡ଼ିଆ ଭାବେ ରାଫେଲ୍ ଯୁଦ୍ଧବିମାନ ଉଡ଼ାଇଲେ ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ସାଲ ଦିଲୀପ କୁମାର ପଟ୍ଟନାୟକ। ସୋମବାର ପଶ୍ଚିମବଙ୍ଗର ହସିମରା ଏୟାରବେସରେ ମୁତୟନ ହୋଇଥିବା‌ ରାଫେଲ୍ ବିମାନ ସେ ଉଡାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏୟାର ମାର୍ସାଲ୍‌ ଦିଲୀପ କୁମାର ପଟ୍ଟନାୟକ ସଂପ୍ରତି ଶିଲଂସ୍ଥିତ ‘ଇଷ୍ଟର୍ଣ୍ଣ ଏୟାର୍‌ କମାଣ୍ଡ୍‌’ର ଏୟାର୍‌ ଅଫିସର୍‌ କମାଣ୍ଡିଂ ଇନ୍‌ ଚିଫ୍‌ (ଏଓସି-ଇନ୍‌-ସି) ଭାବେ କାର୍ଯ୍ୟ କରୁଛନ୍ତି । 

ପ୍ରଥମ ଓଡ଼ିଆ ଭାବେ ଦିଲୀପଙ୍କୁ ଏହି ପଦବି ମିଳିଛି ଓ ଜଣେ ସଫଳ ପାଇଲଟ ଓ କାରଗିଲ୍‌ ହିରୋ ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି।

Leave A Reply

Your email address will not be published.