ଲୋକଙ୍କୁ ମୋ ସାଇକେଲକ ବାଣ୍ଟିବ ବିଏମସି

0

ଭୁବନେଶ୍ୱର(ଆମ ଟିଭି): ଦାନ ସୂତ୍ରରେ ଦିଆଯିବ ମୋ ସାଇକେଲ । ସାଧାରଣ ଲୋକଙ୍କୁ ସାଇକେଲ ବାଣ୍ଟିବ ବିଏମସି । ଭୁବନେଶ୍ବରରେ ଥିବା ମୋ ସାଇକେଲକୁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ବାଣ୍ଟିବ ବିଏମସି । ଏଥିପାଇଁ ଏକ ଏସଓପି ପ୍ରସ୍ତୁତ ହେଉଛି । ଏସଓପି ହିସାବରେ ଆବଶ୍ୟକୀୟ ଲୋକଙ୍କୁ ସାଇକେଲ ବଣ୍ଟାଯିବ । ଏହା ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ସାଇକେଲକୁ ସଜାଡୁଛି ବିଏମସି । ଏହାକୁ ମରାମତି କରାଯିବା ପରେ ସେଇକେଲକୁ ବଣ୍ଟାଯିବ ।

କୋଭିଡ ମହାମାରୀ ପାଇଁ ମୋ ସାଇକେଲ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଏହାକୁ ବାଣ୍ଟିବାକୁ ଯୋଜନା କରୁଛି ବିଏମସି । ସେହିପରି ଆବର୍ଜନାକୁ ନେଇ ସ୍ବତନ୍ତ୍ର ପ୍ଲାନ କରାଯାଉଛି । ସବୁ ଘରୁ ବାର କୋଡ ସିଷ୍ଟମରେ ଅଳିଆ ଉଠାଇବା ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.