୨୪ରେ ସରକାର କରିବ କଂଗ୍ରେସ ,,ମଲ୍ଲିକା ଅର୍ଜୁନ ଖାର୍ଗେ

0

ଭୁବନେଶ୍ୱର :ଆସନ୍ତା ୨୦୨୪ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଗଠନ କରିବ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ମିଳିତ ବିରୋଧୀ ମଞ୍ଚର ନେତୃତ୍ୱ ନେଇ ବିଜେପିକୁ ପରାସ୍ତ କରିବ ବୋଲି କଂଗ୍ରେସ ସଭାପତି ମଲ୍ଲାକାର୍ଜୁନ ଖଡ଼ଗେ କହିଛନ୍ତି। ସେ କହିଛନ୍ତି ଯେ, ୧୩୭ ବର୍ଷର ଏହି ପୁରୁଣା ଦଳ ଅନ୍ୟ ଦଳ ସହ ଆଲୋଚନା କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି, ‘ମୁଁ ଏକମାତ୍ର ବ୍ୟକ୍ତି ଯିଏ ଦେଶକୁ ସାମ୍ନା କରିପାରିବ। ଅନ୍ୟ କୌଣସି ଦଳର ଲୋକ ମୋତେ ଛୁଇଁ ପାରିବେ ନାହିଁ। କୌଣସି ଗଣତାନ୍ତ୍ରିକ ବ୍ୟକ୍ତି ଏକଥା କହିବେ ନାହିଁ ବୋଲି ଖାଡ଼ଗେ କହିଛନ୍ତି । ଆପଣ ଏକ ଗଣତନ୍ତ୍ରରେ ଅଛନ୍ତି। ଆପଣ ମନେ ରଖିବା ଉଚିତ୍ ଯେ ଆପଣ ଜଣେ ଜଣେ ଏକତନ୍ତ୍ରୀ ନୁହନ୍ତି।

ଆପଣ ଜଣେ ଏକଛତ୍ରବାଦୀ ନୁହଁନ୍ତି। ଆପଣ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି ଏବଂ ଲୋକମାନେ ଆପଣଙ୍କୁ ଶିକ୍ଷା ଦେବେ। ୨୦୨୪ରେ ମସିହାରେ କେନ୍ଦ୍ରରେ ମିଳିତ ସରକାର କ୍ଷମତାକୁ ଆସିବ। ଯାହାର ନେତୃତ୍ୱ କଂଗ୍ରେସ ହିଁ ନେବ। ଆମେ ଅନ୍ୟ ଦଳ ସହ କଥାବାର୍ତ୍ତା କରୁଛୁ । ଯାହା ଫଳରେ ଗଣତନ୍ତ୍ର ଏବଂ ସମ୍ବିଧାନ ଚାଲିପାରିବ ବୋଲି ଶ୍ରୀ ଖଡ଼ଗେ କହିଛନ୍ତି। ତେଣୁ ବର୍ତ୍ତମାନ ଆମେ ପ୍ରତ୍ୟେକ ଦଳ ସହିତ ଆଲୋଚନା ପାଇଁ ଡାକୁଛୁ। କଥାବାର୍ତ୍ତା କରୁଛୁ। ଆମର ମତାମତ ବାଣ୍ଟୁଛୁ। ବିଜେପି ସଂଖ୍ୟାଗରିଷ୍ଠତା ପାଇବ ନାହିଁ। ଅନ୍ୟ ସମସ୍ତ ଦଳ ଏକାଠି ହେଲେ ଆମେ ସଂଖ୍ୟାଗରିଷ୍ଠତା ହାସଲ କରିବୁ । ୧୦୦ ମୋଦି କିମ୍ବା ଶାହ ଆସନ୍ତୁ ପଛେ ୨୦୨୪ରେ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କାରିବ। ଆମ ଲୋକମାନେ ସ୍ୱାଧୀନତା ପାଇବା ପାଇଁ ନିଜ ଜୀବନ ଦେଇଛନ୍ତି। ମୋତେ କୁହନ୍ତୁ ସ୍ୱାଧୀନତା ପାଇଁ କୌଣସି ବିଜେପି ନେତା ବଳିଦାନ ଦେଇଛନ୍ତି କି ? ସ୍ୱାଧୀନତା ପାଇଁ ସଂଗ୍ରାମ କରିଛନ୍ତି? ଜେଲକୁ ଯାଇଛନ୍ତି କି? ଏହା ପରିବର୍ତ୍ତେ ସ୍ୱାଧୀନତା ଆଣିଥିବା ଜଣେ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କୁ ସେମାନେ ହତ୍ୟା କରିଛନ୍ତି ।

Leave A Reply

Your email address will not be published.