ଅଗ୍ନି ବୀରଙ୍କୁ ନେଇ ଏମିତି କହିଲେ ବିହାର ସମବାୟ ମନ୍ତ୍ରୀ

0

କଟିହାର: ଅଗ୍ନିବୀର ଯୋଜନା ‘କିନ୍ନର ସେନା’ ତିଆରି କରିବ ବୋଲି ଗୁରୁବାର ଦିନ ବିହାର ସମବାୟ ମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ ନେତା ସୁରେନ୍ଦ୍ର ଯାଦବ କହି ବିବାଦର ସୂତ୍ରପାତ କରିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, ଏବେଠାରୁ ଠିକ୍‌ ୮.୫ ବର୍ଷ ପରେ ଦେଶ ‘କିନ୍ନରମାନଙ୍କ ସେନା’ରେ ଅନ୍ତର୍ଭୁକ୍ତ ହୋଇସାରିଥିବ ବୋଲି ମୁଁ କହୁଛି। ୮.୫ ବର୍ଷ ପରେ ଏବର ସେନା ଯବାନମାନେ ଅବସର ଗ୍ରହଣ କରିବେ। ସେମାନଙ୍କର ତାଲିମ ମଧ୍ୟ ଶେଷ ହୋଇ ନ ଥିବ।

ବିଶ୍ବରେ ଆମ ସେନା ସବୁଠୁ ଟାଣୁଆ ଥିବା ବ‌େଳେ ଏ ଭଳି ନିଷ୍ପତ୍ତି କହିଁକି ଗ୍ରହଣ କରାଗଲା ବୋଲି ସେ ପଚାରିଛନ୍ତି। ସେ ପୁଣି କହିଛନ୍ତି ଯେ, ୨୫/୨୬ ବର୍ଷରେ ଅଗ୍ନିବୀର ଭାବେ ଯେଉଁମାନେ ଅବସର ଗ୍ରହଣ କରିବେ, ସେମାନଙ୍କୁ କେହି ବାହା ହେବେନାହିଁ।

Leave A Reply

Your email address will not be published.