ଆସିଲା ୨୦୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍: ଜାଣନ୍ତୁ କେଉଁ ବିଭାଗକୁ କେତେ?

0

ଭୁବନେଶ୍ୱର(ଆମ ଟିଭି): ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହୋଇଛି । ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୬୭୦ କୋଟି । ଉଚ୍ଚଶିକ୍ଷା ପାଇଁ ୩ ହଜାର ୧୭୨ କୋଟି । ରାଜସ୍ୱ ଓ ବିପର୍ୟ୍ୟୟ ଓ ପ୍ରଶମନ ପାଇଁ ୩ ହଜାର ୭୬୪ କୋଟି ଟଙ୍କା । ଏମଏସଏମଇ ପାଇଁ ୬ ଶହ ୪୭ କୋଟି ବ୍ୟୟ ବରାଦ । ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି ଟଙ୍କା । ମିଶ୍ନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ବଜେଟ୍ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି । କୃଷି ବିଭାଗ ପାଇଁ ୨୪,୮୨୯ କୋଟି ବ୍ୟୟବରାଦ । ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ । ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଟଙ୍କା । ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ । ଉଚ୍ଚଶିକ୍ଷା ପାଇଁ ୩୧୭୨ କୋଟି ଟଙ୍କା ବ୍ୟୟବରାଦ । ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ପାଇଁ ୩୭୬୪ କୋଟି ଟଙ୍କା । ମହିଳା ଓ ଶିଶୁ ବିକାଶ ପାଇଁ ୩୬୭୦ କୋଟି । ଏମଏସଏମଇ ପାଇଁ ୬୪୭ କୋଟି ବ୍ୟୟବରାଦ । ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି । ମିଶନ୍ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ବ୍ୟୟବରାଦ । ମତ୍ସ ଓ ପଶୁ ସମ୍ପଦ ପାଇଁ ୧୭୬୯ କୋଟି ବ୍ୟୟବରାଦ । ପର୍ୟ୍ୟଟନ କ୍ଷେତ୍ର ପାଇଁ ୬୮୦ କୋଟି ବ୍ୟୟବରାଦ । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.