ପ୍ରଦୀପ ଜେନା ହେବେ ନୂଆ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ପ୍ରଦୀପ ଜେନା ହେବେ ନୂଆ ମୁଖ୍ୟ ଶାସନ ସଚିବ। ମାର୍ଚ୍ଚ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଉନ୍ନୟନ କମିଶନର ଦାୟିତ୍ୱରେ ପ୍ରଦୀପ ରହିଛନ୍ତି।
୧୯୮୯ ବ୍ୟାଚ୍ IAS ଅଫିସର୍ ପ୍ରଦୀପ। ତାଙ୍କୁ ନୂଆ ତଥା ଓଡ଼ିଶା ପ୍ରଶାସନିକ ସେବା ମୁଖିଆ ପଦରେ ନିଯୁକ୍ତ କରାଯିବା ପରେ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ ଦିଆଯାଇଛି।
ଏବେ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଅଛନ୍ତି। ତାଙ୍କ ଅବସର ଅବଧିକୁ ଦୁଇଥର ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ଏହାକୁ ନେଇ ବିଭିନ୍ନ ଅଲୋଚନା ଲାଗି ରହିଛି। ଠିକ୍ ଏହି ସମୟରେ ପ୍ରଦୀପଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଓଡ଼ିଶା ସରକାର ନିଯୁକ୍ତ କରିଛନ୍ତି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସରକାର ପିକେ ଜେନାଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି ଶାସନରେ ଥିବା ସରକାର।