ଶାହାରୁଖ ପତ୍ନୀଙ୍କ ନାଁରେ ମାମଲା

0

ନୂଆଦିଲ୍ଲୀ :ବୁଧବାର ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ଗୌରୀ ଖାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୦୯ (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ) ଅନୁଯାୟୀ ପଞ୍ଜିକୃତ ହୋଇଛି।

ମୁମ୍ବାଇର ବାସିନ୍ଦା ଜସୱନ୍ତ ଶାହ ଅଭିଯୋଗ କରିଛନ୍ତି ଯେ, ଯେଉଁ କମ୍ପାନୀରେ ଗୌରୀ ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି, ସେହି କମ୍ପାନୀ ତାଙ୍କୁ ଠକିଛି। ରିଏଲଇଷ୍ଟେଟ ବ୍ୟବସାୟ କରୁଥିବା ଏହି କମ୍ପାନୀ ଜସୱନ୍ତ ଶାହଙ୍କ ଠାରୁ ୮୬ ଲକ୍ଷ ନେଇସାରି ଥିଲେ ମଧ୍ୟ ତାଙ୍କୁ ଫ୍ଲାଟ ଦେଇ ନଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଲକ୍ଷ୍ନୌରେ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ତୁଲସିୟାନି ଗଲ୍ଫ ଭ୍ୟୁରେ ଥିବା ଫ୍ଲାଟ ଅନ୍ୟ କାହାକୁ ଦିଆଯାଇଛି।

ଗୌରୀଙ୍କ ବ୍ୟତୀତ ତୁଲସିୟାନି କନଷ୍ଟ୍ରକସନ ଆଣ୍ଡ ଡେଭଲପମେଣ୍ଟ ଲିମିଟେଡର ସିଏମଡି ଅନିଲ କୁମାର ତୁଲସିଆନି ଏବଂ ଏହାର ନିର୍ଦ୍ଦେଶକ ମହେଶ ତୁଲସିୟାନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରାଯାଇଛି। ଏହି କମ୍ପାନୀର ଗୌରୀବ୍ରାଣ୍ଡ ଆମ୍ବାସାଡର ଥିବାରୁ ସେ ପ୍ରଭାବିତ ଫ୍ଲାଟ କିଣିଥିବା କହିଛନ୍ତି। କିନ୍ତୁ ସେ ଏବେ ଠକାମିର ଶିକାର ହୋଇଛନ୍ତି।

Leave A Reply

Your email address will not be published.