ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟ୍ରେଲର ରିଲିଜ୍ ରଥଯାତ୍ରା ଅବସରରେ ଜୁଲାଇ ୧୬ ଶୁଭମୁକ୍ତି*

0

କଳିଙ୍ଗର କବିରାଜି, ମାଣ୍ଡିଆର ଇତିହାସ ଓ ଏକ ଅନନ୍ୟ ପ୍ରେମର ଆଧାରକୁ ନେଇ ଏକ ନିଆରା କାହାଣୀ ଓଡ଼ିଆ ଚଳଚ୍ଚିତ୍ର “ମିଲେଟ ଡାଏରୀ” l ଯାହା ଆସନ୍ତା ଜୁଲାଇ ୧୬ ତାରିଖରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି l

ଟିଜର ବେଶ ଲୋକାଦୃତ ହେବା ପରେ ଏବେ ଟ୍ରେଲର ରିଲିଜ୍ ହୋଇଛି l ଏହି ଟ୍ରେଲର ରିକିଜ୍ ଅବସରରେ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ, ପ୍ରଯୋଜକ ଜେଆରଏମ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଅଭିଷେକ ପଣ୍ଡା, ପ୍ରଣୟ ଜେଠୀ, ସନ୍ତୁ ନିଜେ ପ୍ରମୁଖ ଉପସ୍ଥିତ ଥିଲେ l

ଇନଫାଇସନ୍ ଏଣ୍ଟରଟେନମେଣ୍ଟ (Infyson Entertainment) ବ୍ୟାନରରେ ନିର୍ମିତ ଏହି ବହୁ ପ୍ରତିକ୍ଷିତ ଫିଲ୍ମର ଟିଜର ନିକଟରେ ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି। ‘ଦ ମିଲେଟ୍ ଡାଏରୀ’: କେବଳ ଏକ ସିନେମା ନୁହେଁ, ବରଂ ଏଥିରୁ କଳିଙ୍ଗର ଆତ୍ମସମ୍ମାନ ଓ ମାଣ୍ଡିଆର ଗୌରବଗାଥା ସ୍ପଷ୍ଟ ବାରି ହେଉଛି !ଓଡ଼ିଆ ସିନେମା ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ଖବର ଯେ ! ଚଳଚ୍ଚିତ୍ରଟି ଆସନ୍ତା ରଜ ୨୦୨୬ରେ ପରଦାକୁ ଆସୁଛି ଯାହାର ଟିଜରଟି ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ଶୀର୍ଷରେ। ।

କାହାଣୀରେ ଖାସ୍ ହେଉଛି,

ଏହି ସିନେମାଟି ଆମକୁ ନେଇଯିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା, ଥିଲା ସଭ୍ୟତାର ପରିଚୟ।

ଏକ ଅନନ୍ୟ ପ୍ରେମ କାହାଣୀରେ ଗଢ଼ା ହୋଉଛି ଯାହା ସଂଗ୍ରାମ ଭିତରେ ସମ ସାମୟିକ କାଳଚକ୍ରର ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏହି ଚଳଚ୍ଚିତ୍ରକୁ ଅଧିକ ଭାବପୂର୍ଣ୍ଣ କରିଛି।

ବୈଦ୍ୟ ଓ ବିଜ୍ଞାନ କଥା ରହିଛି ଯାହା କଳିଙ୍ଗର ପାରମ୍ପରିକ ‘କବିରାଜି’ ଚିକିତ୍ସା ଏବଂ ପ୍ରତିକୂଳ ପରିସ୍ଥିତିରେ ଜଣେ ବୈଦ୍ୟଙ୍କ ଦୃଢ଼ ଆତ୍ମବିଶ୍ୱାସର କାହାଣୀ ହେଉଛି ‘ମିଲେଟ୍ ଡାଏରୀ’।

ଏହି ଚଳଚ୍ଚିତ୍ରରେ ଓଲିଉଡର ଅନେକ ଜଣାଶୁଣା ଓ ଦକ୍ଷ କଳାକାରମାନେ ଅଭିନୟ କରିଛନ୍ତି। ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ୍ ରାଜେଶ ଏବଂ ଶ୍ରୀତମ ଦାସ।

ଅନ୍ୟାନ୍ୟ ପ୍ରମୁଖ କଳାକାର ମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, ସାନ୍ତୁ ନିଜେ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା। ପରଦା ପଛର ସାରଥି

ଏହି ଭିନ୍ନଧର୍ମୀ ସିନେମାକୁ ସଜେଇଛନ୍ତି ଓଡ଼ିଶାର ଦକ୍ଷ କଳାକାର ଓ ବୈଷୟିକ ଟିମ୍ l

ପ୍ରଯୋଜନା ଓ କାହାଣୀ ଜେ.ଆର୍.ଏମ୍ (JRM)

ନିର୍ଦ୍ଦେଶନା ରାଜେନ୍ଦ୍ର ମହାନ୍ତ

ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର l

ସଙ୍ଗୀତ ପ୍ରେମ ଆନନ୍ଦ ,

ସିନେମାଟୋଗ୍ରାଫି ବିଶ୍ୱଜିତ କୁଲ୍ଡି ଏବଂ ଈଶ୍ୱର ବାରିକ, ସମ୍ପାଦନା ରାଜେଶ ଦାଶ, ପୋଷ୍ଟ ପ୍ରଡକ୍ସନ ହେଡ ବିଶ୍ୱଜିତ୍ ପାଇଟଲ ପ୍ରଚାର ପ୍ରସାର ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ।

ମାଣ୍ଡିଆ- ଏକ ଶସ୍ୟ, ଏକ ଗୌର

“ଏହି ଚଳଚ୍ଚିତ୍ର ଦର୍ଶାଏ ଯେ ମାଣ୍ଡିଆ କେବଳ ଖାଦ୍ୟ ନୁହେଁ, ଏହା ଆମ ମାଟିର ଶକ୍ତି। ଶତ୍ରୁ କିମ୍ବା ପ୍ରକୃତିର ପ୍ରକୋପ—ସବୁଥିରୁ ନିଜକୁ ବଞ୍ଚାଇବା ପାଇଁ ଆମ ପୂର୍ବପୁରୁଷ କିଭଳି ଏହି ‘ଶ୍ରୀଅନ୍ନ’କୁ ନିଜର ସାହାରା କରିଥିଲେ, ତାହା ଏବେକାର ପିଢ଼ି ପାଇଁ ଏକ ବଡ଼ ଶିକ୍ଷା।”

ଆସନ୍ତା ଜୁଲାଇ ୧୬ ରଥଯାତ୍ରା ଅବସରରେ ମିଲେଟ୍ ଡାଏରୀ ଓଡିଆ ଚଳଚ୍ଚିତ୍ର ବଡ଼ ପରଦାକୁ ଆସିବାକୁ ଯାଉଛି। ଯଦି ଆପଣ ନିଜ ମାଟିର ଇତିହାସ ଏବଂ ଏକ ହୃଦୟସ୍ପର୍ଶୀ କାହାଣୀ ଦେଖିବାକୁ ଚାହୁଁଛନ୍ତି, ତେବେ ‘ମିଲେଟ୍ ଡାଏରୀ’ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l

Leave A Reply

Your email address will not be published.