ନବ ଦାସଙ୍କ ହତ୍ୟାକୁ ନେଇ ଏମିତି କହିଲେ ନରସିଂହ ମିଶ୍ର

0

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କ୍ରାଇମବ୍ରାଞ୍ଚ ଜେରା କରୁଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, କ୍ରାଇମବ୍ରାଞ୍ଚ ମାସେ ହେଲା ଗୋପାଳକୁ ପଚରାଉଚରା କରୁଥିଲେ ବି ହତ୍ୟାକାଣ୍ଡର କାରଣ ଜାଣିପାରି ନାହିଁ। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ପାଖରେ ଯାହା ତଥ୍ୟ ଅଛି, ଗୋପାଳ ଦାସ ଝିଆରୀକୁ ନେଇ ନବବାବୁଙ୍କ ପାଖକୁ ଯାଉଥିଲେ। ସେତେବେଳ କ’ଣ ଅଘଟଣ ନ ଘଟିଥାଇ ପାରେ ବୋଲି କିଏ କହିବ? ନବବାବୁଙ୍କ ନାମରେ ପୂର୍ବରୁ ଅନେକ କଥା ଶୁଣିବାକୁ ମିଳିଛି। ଦେହାନ୍ତ ପରେ ଏହା କହିବା ଉଚିତ ହେବ ନାହିଁ। ଏଥିପାଇଁ ନବଙ୍କୁ ହତ୍ୟା କରିବା ପାଇଁ ପରିବାର ଲୋକେ ଷଡଯନ୍ତ୍ର କରିଥାଇ ପାରନ୍ତି । ଗୋପାଳର ଝିଆରୀକୁ ପଚାରଉଚୁରା କଲେ ସ୍ପଷ୍ଟ ଜଣାପଡ଼ିବ।

କଂଗ୍ରେସ୍‌ର ବରିଷ୍ଠ ନେତା ଶ୍ରୀ ମିଶ୍ର କହିଛନ୍ତି ଗୋପାଳ ଦାସ ପାଗଳ ନ ଥିଲା ବୋଲି ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ପରେ ସ୍ପଷ୍ଟ ହୋଇ ସାରିଛି। କୋର୍ଟ ମଧ୍ୟ ଏ ରିପୋର୍ଟକୁ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଯାହା ନିଜେ ଅଭିଯୁକ୍ତ ପ୍ରମାଣ କରିବା କଥା, ତାହା ସରକାର କାହିଁକି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ସନ୍ଦେହ ହେଉଛି ଦଣ୍ଡ ଦେବା ପରିବର୍ତ୍ତେ ମୁଦାଲାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର। କ୍ରାଇମବ୍ରାଞ୍ଚ ଏଥିପାଇଁ ପ୍ରସ୍ତୁତି କରୁଛି। ସେଭଳି ଚରିତ୍ରର ଲୋକ ତାଙ୍କ ଦଳରେ ଥିଲେ ଦଳ ବଦନାମ ହେବ। ଦଳ ସେଇଥି ପାଇଁ ପାଗଳ ବୋଲି ପ୍ରମାଣିତ କରିବାକୁ ଦଳ ଚେଷ୍ଠା କରୁଛି।

Leave A Reply

Your email address will not be published.