ନୂଆଦିଲ୍ଲୀ(ଆମ ଟିଭି): ସଂସଦରେ ରାହୁଲ ଝଡ଼ । ବ୍ରିଟେନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଆଜି ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି । ବିଦେଶ ମାଟିରେ ଭାରତର ଛବି ଖରାପ କରିବାକୁ ବିରୋଧ ଦଳର ନେତା ଏଭଳି ବୟାନ ଦେଇଥିବା ବିଜେପି ଅଭିଯୋଗ ଆଣିଛି । ରାଜ୍ୟସଭାରେ ପିୟୁଷ ଗୋୟଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉ ବୋଲି ଦାବି କରିଛନ୍ତି ।
ଏଥିସହ ରାହୁଲ ଗାନ୍ଧୀ ଦେଶବାସୀ ଓ ଭାରତୀୟ ସେନାଙ୍କୁ କ୍ଷମା ମାଗନ୍ତୁ ବୋଲି ପିୟୁଷ ଗୋୟଲ ରାଜ୍ୟ ସଭାରେ ଦାବି କରିଛନ୍ତି । ଅନ୍ୟପଟେ ଏହାର ଜବାବ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବୟାନର ଭିନ୍ନ ଅର୍ଥ ବାହାର କରାଯାଉଛି । ଏହାକୁ କଂଗ୍ରେସ ନିନ୍ଦା କରୁଛି ବୋଲି କହିଛନ୍ତି ଖଡଗେ ।