ଅଡ଼ୁଆରେ ବିରୋଧୀ ଦଳ ନେତା ଜୟନାରାୟଣ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାରଙ୍କୁ ଲଗାତର ଟାର୍ଗେଟ କରୁଥିବା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଡୁଆ ପୁଣି ବଢିଛି । ୨୦୧୮ ମସିହାର ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ନୋଟିସ୍ ପଠାଇଛନ୍ତି କୋର୍ଟ । ଏହି ମାମଲାରେ ଆସନ୍ତା ୧୭ ତାରିଖରେ ହାଜର ହେବାକୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ନିର୍ଦ୍ଦେଶ ଦେଇଛନ୍ତି । ଜୟନାରାୟଣଙ୍କ ସହ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ସେହି ଦିନ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦୧୮ ମସିହା ବିଜେପୁର ଉପନିର୍ବାଚନ ସମୟରେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି । ଏହି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଅଛନ୍ତି ବିରୋଧୀ ଦଳ ନେତା । ହେଲେ ହାଇକୋର୍ଟଙ୍କ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିମଲ ଭୁଏ ନାମମକ ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ ଅଭିଯୋଗକାରୀ ଦର୍ଶାଇଛନ୍ତି, ଜୟ ନାରାୟଣ ଅସୁସ୍ଥତା ଆଳ ଦେଖାଇ କୋର୍ଟରେ ହାଜର ହେଉ ନାହାନ୍ତି । କିନ୍ତୁ ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ, ରାଲିରେ, ଧାରଣାରେ ସାମିଲ ହେଉଛନ୍ତି ।

Leave A Reply

Your email address will not be published.