ଏଣିକି କ୍ଷୀର ଦେବା ବନ୍ଦ କରିଦେବା ପରେ ଗାଇକୁ ବିକ୍ରୀ କରୁଥିବା ମାଲିକ ବିରୋଧରେ ହେବ FIR

0

ଲକ୍ଷ୍ନୌ(ଆମ ଟିଭି): ଏଣିକି କ୍ଷୀର ଦେବା ବନ୍ଦ କରିଦେବା ପରେ ଗାଇକୁ ବିକ୍ରୀ କରୁଥିବା ମାଲିକ ବିରୋଧରେ ହେବ FIR। ପଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବା ପାଇଁ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର। ୟୁପି ସରକାର ସୋମବାର କହିଛନ୍ତି ଯେ ପଶୁ କ୍ରୁରତା ରୋକଥାମ ଆଇନ ଅନୁଯାୟୀ ଏଭଳି ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହେବ।

ପଶୁପାଳନ ମନ୍ତ୍ରୀ ଧରମପାଲ ସିଂ କହିଛନ୍ତି ଯେ ଜଣେ କଂସେଇ ଏବଂ ଚାଷୀଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ଆମେ କୃଷକମାନଙ୍କର ଯତ୍ନ ନେବୁ, କଂସେଇମାନଙ୍କର ନୁହେଁ । ବିଧାନସଭାରେ ପ୍ରଶ୍ନ ଘଣ୍ଟା ସମୟରେ ଏସପି ବିଧାୟକ ଆୱାଦେଶ ପ୍ରସାଦଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଯେଉଁମାନେ ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ ଅଧୀନରେ ପଶୁମାନଙ୍କୁ ପରିତ୍ୟାଗ କରନ୍ତି ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ।

Leave A Reply

Your email address will not be published.