ପ୍ରତ୍ୟାହୃତ ହେଲା ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘର ଆନ୍ଦୋଳନ

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ମିଳିଛି । ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଡ଼୍ରାଇଭର ଏକତା ମହାମଞ୍ଚ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଡ଼ିଜି ଓ ସିପିଙ୍କ ଭେଟି ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଗଲା। ଗତକାଲିର ଆନ୍ଦୋଳନରେ ହାତରେ ସ୍ଲେଟ ଧରାଇ ଫଟୋ ଉଠାଇବା ଅପମାନିତ ଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଥିଲା ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ।

ଆଜି ଡ଼ିଜିଙ୍କ ଠାରୁ ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଓ ତା ସହ ଅପମାନିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବାର ପ୍ରତିଶୃତି ଦିଆଯାଇଥିଲା। ଏହାପରେ ସେମାନେ ସ୍ଵାଭାବିକ ଭାବରେ ସହରରେ ଗାଡ଼ି ଚଳାଇବାକୁ ଆଶ୍ଵସ୍ତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଏହା ସତ୍ତ୍ୱେ ଯଦି ବି ତାଙ୍କୁ ଅଟକାଯାଏ କିମ୍ବା ଅପମାନିତ କରାଯାଏ ତେବେ ୧୧୨କୁ କଲ୍ କରି ସାହାଯ୍ୟ ନେଇପାରିବେ।

Leave A Reply

Your email address will not be published.