ଗିରଫ ହେବେ ପୁଟିନ ?

0

ନୂଆଦିଲ୍ଲୀ :ଗିରଫ ହୋଇପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ତାଙ୍କ ବିରୋଧରେ ଜାରି ହୋଇଛି ୱାରେଣ୍ଟ। ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ ତଥା ଆଇସିସି ଏହି ଗିରଫ ପରୱାନା ଜାରି କରିଛି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ୟୁକ୍ରେନର ପିଲାମାନଙ୍କୁ ବଳପୂର୍ବକ ବେଆଇନ୍ ଭାବେ ନିର୍ବାସନର ସମ୍ପୃକ୍ତି ଥିବା ଆଇସିସି ପୁଟିନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ସିଧାସଳଖ ଏହି କାମରେ ସାମିଲ ଅଛନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିଥିବାର ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି।

ପୁଟିନ୍‌ଙ୍କ ସମତେ ଆଉ ଜଣଙ୍କ ବିରୋଧରେ ମଧ୍ୟ କୋର୍ଟ ଗିରଫ ୱାରେଣ୍ଟ ଜାରି କରାଯାଇଛି। ରୁଷର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା-ବେଲୋଭାଙ୍କୁ ମଧ୍ୟ ଆଇସିସି ଅପରାଧୀ ଘୋଷଣା କରିଛି। କୋର୍ଟ କହିଛନ୍ତି, ରୁଷ ଆକ୍ରମଣ ପରେ ୟୁକ୍ରେନ୍‌ରେ ଅତ୍ୟଧିକ ଅପରାଧ କରାଯାଇଥିଲା। ଏଥିପାଇଁ ପୁଟିନ୍ ହିଁ ଦାୟୀ।

ସେପଟେ ଆଇସିସିର ଏହି ଗିରଫ ୱାରେଣ୍ଟକୁ ନେଇ ରୁଷର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରୁଷ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି। ଆଉ ଏହି ଗିରଫ ୱାରେଣ୍ଟକୁ ମହତ୍ତ୍ୱହୀନ ଓ ଅସ୍ୱୀକାର୍ଯ୍ୟ ବୋଲି କହିଛି। ରୁଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍ ଦିମିତ୍ରୀ ମେଡଭେଡେଭ ପୁଟିନଙ୍କ ପାଇଁ ଆଇସିସି ଜାରି କରିଥିବା ଗିରଫ ୱାରେଣ୍ଟକୁ ଟଏଲେଟ ପେପର ସହ ତୁଳନା କରିଛନ୍ତି।

ସେପଟେ ପୁଟିନଙ୍କ ବିରୋଧରେ ଜାରି ଗିରଫ ୱାରେଣ୍ଟକୁ ନେଇ ଖୁସି ବ୍ୟକ୍ତ କରିଛି ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟର ଏହି ନିଷ୍ପତ୍ତିି ପୂରାପୁରି ଠିକ୍। ସେ ଯାହା କରିଛନ୍ତି, ଉଚିତ କରିଛନ୍ତି।

Leave A Reply

Your email address will not be published.