ଉତ୍ତର କୋରିଆର ବଡ ଦାବି ଜାଣନ୍ତୁ କଣ

0

ସିଓଲ୍‌: ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଲଢ଼େଇ କରିବା ଲାଗି ସ୍ବ-ଇଚ୍ଛାରେ ଦେଶର ସେନାବାହିନୀରେ ଯୋଗ ଦେବା ଲାଗି ୮,୦୦୦୦୦ ନାଗରିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଖବରକାଗଜ ରିପୋର୍ଟ କରିଛି।

ରାଷ୍ଟ୍ରାୟତ ଖବରକାଗଜ ‘ରୋଡୋଙ୍ଗ୍‌ ସିନ୍‌ମୁନ୍‌’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ସଙ୍ଗେ ମୁକାବିଲା କରିବାକୁ କେବଳ ଶୁକ୍ରବାର ଦିନ ସମଗ୍ର ଦେଶରୁ ପ୍ରାୟ ୮,୦୦୦୦୦ ଶିକ୍ଷାର୍ଥୀ ଓ କର୍ମଜୀବୀ ତାଲିକାଭୁକ୍ତ ହେବାକୁ ଅଥବା ପୁନଃତାଲିକାଭୁକ୍ତ ହେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି।

ସମ୍ପ୍ରତି ଚାଲିଥିବା ଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ ବିରୋଧରେ ପ୍ରତିକ୍ରିୟା ବ୍ୟକ୍ତ କରି ଗୁରୁବାର ଦିନ ‘ହ୍ବାସୋଙ୍ଗ୍‌-୧୭’ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ (ଆଇସିବିଏମ୍‌) ଉତ୍‌କ୍ଷେପଣ କରିବା ପରେ ଉତ୍ତର କୋରିଆ ଉପରୋକ୍ତ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ଆଣବିକ ଅସ୍ତ୍ରଦ୍ବାରା ବଳୀୟାନ୍‌ ଉତ୍ତର କୋରିଆର ମୁକାବିଲା ପାଇଁ ଉପାୟ ଖୋଜିବାକୁ ଆଲୋଚନା କରିବା ଲାଗି ଆୟୋଜିତ ଶିଖର ବୈଠକରେ ଅଂଶ ଗ୍ରହଣ କରିବାକୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ବିମାନ ଯୋଗେ ଟୋକିଓ ଯାତ୍ରା କରିବାର କିଛି ଘଣ୍ଟା ଆଗରୁ ଗୁରୁବାର ଦିନ ଉତ୍ତର କୋରିଆ କୋରୀୟ ଉପଦ୍ବୀପ ଓ ଜାପାନ ମଧ୍ୟରେ ଥିବା ସମୁଦ୍ର ଜଳରାଶି ମଧ୍ୟକୁ ଉକ୍ତ ‘ଆଇସିବିଏମ୍‌’ ନିକ୍ଷେପ କରିଥିଲା।

Leave A Reply

Your email address will not be published.