୯ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

0

ଭୁବନେଶ୍ୱର :ରାଜ୍ୟରେ ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଓ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଏଥିପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ପଶ୍ଚିମା-ଝଡ଼ର ପ୍ରଭାବ ଅଧିକ ରହିବ। ଏହାରି ପ୍ରଭାବରେ ୯ ଜିଲ୍ଲାରେ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବୋହିବ। କୁଆପଥର ମାଡ଼ ହେବା ସହ ବିଜୁଳି ମଧ୍ୟ ମାରିବ। ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଓ ପୁରୀ।

ତେବେ କଟକ, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପରିମାଣ ୭ରୁ ୧୧ ସେମି ରହିବାର ସମ୍ଭାବନା ରହିଛି।ସୂଚନାଯୋଗ୍ୟ, ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଦିନ ହେବ ଆକାଶ ମେଘାଚ୍ଛନ୍ନ ରହିଛି। ଏହାସହ କିଛି ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଥିବା ସୂଚନା ମିଳିଛି

Leave A Reply

Your email address will not be published.