ଗିରଫ ହେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ !

0

ନୂଆଦିଲ୍ଲୀ:ଜଣେ ପର୍ଣ୍ଣ ଷ୍ଟାରଙ୍କୁ କୋଟି କୋଟି ଟଙ୍କା ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢ଼ିଛି। ତାଙ୍କ ଉପରେ ଝୁଲୁଛି ଗିରଫାଦରୀ ଖଣ୍ଡା। ସେ ଯେକୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ। ଏହି ମାମଲାର ଶୁଣାଣି ଚାଲିଛି । ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ବୋଲି କୁହାଯାଉଛି। ଏହାରି ଭିତରେ ସୋମବାର ନ୍ୟୁୟର୍କ ପୁଲିସ ଟ୍ରମ୍ପଙ୍କ ସୁରକ୍ଷା ବଢ଼ାଇ ଦେଇଛି।

କିଛିଦିନ ତଳେ ପର୍ଣ୍ଣ ଷ୍ଟାର ଷ୍ଟାମୀ ଡେନିୟଲ୍ସଙ୍କୁ ୧ଲକ୍ଷ ୩୦ ହଜାର ଡଲାର ଦେବା ମାମଲାରେ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇପାରେ ବୋଲି ଟ୍ରମ୍ପ ଦାବି କରିଥିଲେ। ତାଙ୍କୁ ମ୍ୟାନହଟନ କାର୍ଯ୍ୟାଳୟରୁ ଏଭଳି ଗୁପ୍ତ ସୂଚନା ମିଳିଛି ବୋଲି ସେ କହିଥିଲେ।

ସେପଟେ ଗିରଫ ଆଶଙ୍କା ମଧ୍ୟରେ ଟ୍ରମ୍ପ ନିଜ ସମର୍ଥକଙ୍କ ନିକଟକୁ ଇ-ମେଲ୍ ପଠାଇଛନ୍ତି। ଏହା ସମ୍ଭବତଃ ତାଙ୍କ ଦ୍ୱାରା ଲିଖିତ ଶେଷ ଚିଠି ବୋଲି ସେ ଉଲ୍ଲେଖ କରିଛନ୍ତି। ‘ଆପଣଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ। ଏହି ଲଢେଇରେ ବିଜୟ ଆମର ହେବ ଏବଂ ଆମେ ପୁଣି ହ୍ୱାଇଟହାଉସ ଜିତିବା’ ବୋଲି ସେ ଲେଖିଛନ୍ତି।

ମଙ୍ଗଳବାର ଗିରଫ ହେବା ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ତାଙ୍କ ସମର୍ଥକମାନେ ବିରୋଧ କରିବା ନେଇ ସମ୍ଭାବନା ରହିଛି। ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବ୍ୟାରିକେଡ କରାଯାଇଛି।

Leave A Reply

Your email address will not be published.