ଉପସ୍ଥାପନ ହେବ ବଜେଟ୍ ଗୃହ ବିଭାଗ ଦେଲେ ଅନୁମତି

0

ନୂଆଦିଲ୍ଲୀ :ବହୁ ହଙ୍ଗାମା ପରେ ଶେଷରେ ଦିଲ୍ଲୀ ବଜେଟ୍‌କୁ ମିଳିଲା ଗ୍ରୀନ୍ ସିଗ୍‌ନାଲ। କେନ୍ଦ୍ର ଗୃହମନ୍ତ୍ରାଳୟ ଦିଲ୍ଲୀ ବଜେଟ୍ ୨୦୨୩-୨୪କୁ ଉପସ୍ଥାପିତ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଦିଲ୍ଲୀ ସରକାରଙ୍କୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି। ଏହି ମଞ୍ଜୁରୀ ମିଳିବା ପରେ ଦିଲ୍ଲୀ ବଜେଟ୍ ଉପସ୍ଥାପିତ ହେବା ନେଇ ରସ୍ତା ସଫା ହୋଇଯାଇଛି।

ଆଜି ଦିଲ୍ଳୀ ସରକାରଙ୍କ ବଜେଟ୍ ଉପସ୍ଥାପନ ହେବାରେ ଥିଲା। କିନ୍ତୁ ଏହାଉପରେ କେନ୍ଦ୍ର ସରକାର ରୋକ ଲଗାଇ ଦେଇଥିବା ଆପ୍ ମୁଖ୍ୟ କେଜ୍ରିୱାଲ୍ ଅଭିଯୋଗ ଆଣିଥିଲେ। ଏହି ପରିପ୍ରେକ୍ଷୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ଏବଂ କେନ୍ଦ୍ର ସରକାର ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଆବଣ୍ଟନକୁ ନେଇ ଅଭିଯୋଗ ଲଦାଲଦି ହୋଇଥିଲେ। ଗୃହମନ୍ତ୍ରାଳୟ ତରଫରୁ ଦିଲ୍ଲୀ ସରକାରଙ୍କୁ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଥିଲା।

ତେବେ ଆମ୍ ଆଦମୀ ପାର୍ଟି ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବାର ଗୋଟିଏ ଦିନ ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଭିତ୍ତିଭୂମି ଉପରେ ବିଜ୍ଞାପନ ପାଇଁ ବ୍ୟୟ କାହିଁକି ଅଧିକ ବୋଲି ଦିଲ୍ଲୀ ସରକାରଙ୍କଠାରୁ କେନ୍ଦ୍ର ସ୍ପଷ୍ଟୀକରଣ ମାଗିବା ପରେ ଏକ ଚିଠି ଜରିଆରେ ଜବାବ ଦେଇଥିଲେ କେଜ୍ରିୱ‌ାଲ୍‌।

କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ‘ଦେଶର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବଜେଟ୍ ବନ୍ଦ ହୋଇଯାଇଛି’ ବୋଲି ଉଲ୍ଲେଖ କରିବା ସହ କେନ୍ଦ୍ର ସରକାର ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ। ଏଥିସହ ଦିଲ୍ଲୀବାସୀଙ୍କ ଉପରେ ମୋଦି ସିରକାର କାହିଁକି ଖପ୍ପା ବୋଲି କେଜ୍ରିୱାଲ ପ୍ରଶ୍ନ କରିଥିଲେ।

ଏହା ପୂର୍ବରୁ ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାସ ଗେହଲଟ୍ ସୂଚନା ଦେଇଥିଲେ ଯେ ବଜେଟ୍ ଫାଇଲ୍ ଅନୁମୋଦନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ଦିଲ୍ଲୀ ସରକାର ସମସ୍ତ ସ୍ପଷ୍ଟୀକରଣ ନଦେବା ପର୍ଯ୍ୟନ୍ତ, ବଜେଟ୍ ପାଇଁ ଅନୁମୋଦନ ବିଚାରାଧୀନ ରହିବ।

Leave A Reply

Your email address will not be published.