ବାରବାଟୀରେ ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା ରୁଜୁ

0

କଟକ(ଆମ ଟିଭି): ବାରବାଟୀରେ ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ମ୍ୟାଚ୍ ବନ୍ଦ କରିବାକୁ ପିଟିସନ ଆବେଦନ କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ବାସିନ୍ଦା ସଞ୍ଜୟ ନାୟକ ଆବେଦନ କରିଥିବା ଜଣାପଡିଛି ।

ସେପଟେ ଟିକେଟ୍ ବିକ୍ରିକୁ ନେଇ ମଧ୍ଯ ଅସନ୍ତୋଷ ପ୍ରକାଶ ପାଇଛି । ବୁଧବାର ଦିନ ୧୧ଟାରେ ଅନଲାଇନ୍ ଟିକେଟ୍ ବିକ୍ରି ହେବ ବୋଲି କୁହାଯାଇଥିଲା କିନ୍ତୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନଲାଇନ୍ରେ ଟିକେଟ୍ ଉପଲବ୍ଧ ନହେବାରୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ବିଳମ୍ବ ହୋଇଥିବା ଏବଂ ଶୀଘ୍ର ଏହାର ସମାଧାନ କରାଯିବା ବୋଲି କହିଛି ଓସିଏ କର୍ତ୍ତୃପକ୍ଷ । ପେଟିଏମ୍ ଆପ୍ କିମ୍ବା www.insider.inରେ ଲଗଇନ କଲେ ମିଳିବ ଟିକେଟ୍ ।

Leave A Reply

Your email address will not be published.