୫ ଦିନ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

0

୫ ଦିନ ପ୍ରବଳ ବର୍ଷା । ଆଜିଠାରୁ ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । କାଲି ଅତିପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟରେ ୧୩ ଜିଲ୍ଲା । ୬ ତାରିଖରେ ଅତିପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୮ ତାରିଖ ଯାଏ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ରହିିଛି । ଏହାପରଠୁ କମିବ ବର୍ଷା ବିସ୍ତୃତି । ୯ ଏବଂ ୧୦ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ।

Leave A Reply

Your email address will not be published.