ହୀରାକୁଦ ଜଳ ସମସ୍ୟାର ସମାଧାନ କରିବା ପାଇଁ କହିଲେ,, ବିଜୟ ମହାପାତ୍ର

0

ଭୁବନେଶ୍ବର: ହୀରାକୁଦରେ ପାଣି ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ସେ କହିଛନ୍ତି, ହୀରାକୁଦରେ ପାଣି ସମସ୍ୟା ଉଦବେଗଜନକ। ହୀରାକୁଦ ଇତିହାସରେ ଏମିତି ପ୍ରଥମଥର ସଙ୍କଟ ଦେଖାଦେଇଛି। ହୀରାକୁଦ ଜଳସ୍ତର ଏତେ ତଳ ସ୍ତରକୁ ଚାଲିଯିବ କେହି ଅନୁମାନ କରିନଥିବେ। ଏହା ଦ୍ଵାରା ୧୪ରୁ ୧୫ ଜିଲ୍ଲା କ୍ଷତିଗ୍ରସ୍ତ ହେବ। ସରକାରଙ୍କ ପାଖରେ ଏମିତି ସମସ୍ୟା ନେଇ ଖବର ନଥିଲା କେମିତି।
ଏବେ ହୀରାକୁଦରେ ଜଳସ୍ତର ୬୧୬.୬୯ ଫୁଟ୍ ଅଛି। ଗତବର୍ଷ ଏହା ୬୨୧.୫ ଫୁଟ୍ ଥିଲା ।୪ ଦିନ ତଳେ ୬୧୭.୫୧ ଫୁଟ୍ ଥିଲା । ଅର୍ଥାତ ୪ ଦିନରେ ଗୋଟିଏ ଫୁଟ୍ କମିଛି, ଯଦି ଏହି ହାରରେ ପାଣି କମେ ମେ ଶେଷ ବେଳକୁ ୬୦୦ଫୁଟରେ ପହଞ୍ଚିବ। ଆଉ ୬୦୦ ଫୁଟରେ ପହଞ୍ଚିଲେ ପିଇବା ପାଣି, ଚାଷ ପାଣି ସମସ୍ୟା ସହ ବିଜୁଳି ଉତ୍ପାଦନ ବନ୍ଦ ହେବ। ଡ଼ିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି, ଏବେ ମାର୍ଚ୍ଚରେ ଏଭଳି ସ୍ଥିତି ହେଲାଣି, ଆଉ ମେ ବେଳକୁ କଣ ହେବ ଅନୁମାନ କରିବା ମୁସ୍କିଲ। ଜୁନ୍ ମାସରେ ହୀରାକୁଦ ଡେଡ ଷ୍ଟୋରେଜ ଲେବଲକୁ ଆସିଯିବ। ସରକାର ଜାଣି ନିରବ ଦ୍ରଷ୍ଟା। ପୁର୍ବରୁ ୧୨ ହଜାରରୁ ୧୫ ହଜାର କ୍ୟାସେକ ଆସୁଥିଲା ହେଲେ ଏବେ ୪୮୫ କ୍ୟାସେକ ପାଣି ଆସୁଛି। ଏଭାପରେସନ୍ ଲସ୍ ହେଉଛି ୮୧୫ କ୍ୟୁସେକ। ଟ୍ରିବ୍ୟୁନାଲ ଗଠନକୁ ୭ ବର୍ଷ ହୋଇଗଲା। ୧.୨୫୨ ମିଲିୟନ ଏକର ପାଣି ଦିଆଯାଉ ବୋଲି ଦାବି ଥିଲା , ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଲା ନାହିଁ। ଟ୍ରିବ୍ୟୁନାଲ ଇଣ୍ଟେରିମ ରିଲିଫ୍ ଦେଲେ ନାହିଁ କାହିଁକି? ତାଙ୍କଠୁ ନ୍ୟାୟ ଅପେକ୍ଷା ନକରି ମୋ ମତରେ ଟ୍ରିବ୍ୟୁନାଲକୁ ବୟକଟ କରାଯାଉ।
ବିଜୟ ମହାପାତ୍ର ଆହୁରି କହିଛନ୍ତି, ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡ଼ିବେ, ତାହେଲେ କିଛି ସମାଧାନ ହେବ। ଛତିଶଗଡ଼ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଥମ ପ୍ରଭାବ ଓଡ଼ିଶାରେ ଏବେ ପଡୁଛି। ଛତିଶଗଡ଼ ସରକାର ଏବଂ ଟ୍ରିବ୍ୟୁନାଲ ଦାୟୀ। ଅଣ ମୌସୁମୀ ସମୟରେ ସମସ୍ୟା ପାଇଁ ବିଭିନ୍ନ ପ୍ରକଳ୍ପ ସହ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ। ୭ ବର୍ଷ ଭିତରେ ସରକାର ଚାହିଁଥିଲେ ୨ରୁ ୩ଟି ବ୍ୟାରେଜ କରିପାରିଥାନ୍ତେ।

Leave A Reply

Your email address will not be published.