କଂଗ୍ରେସ କଳା ସାର୍ଟ ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ
ନୂଆଦିଲ୍ଲୀ: ଲୋକସଭାରୁ ରାହୁଲ୍ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରିପ୍ରେକ୍ଷୀରେ ଆଜି ସକାଳେ ସଂସଦରେ ଆୟୋଜିତ ମିଳିତ ବିରୋଧୀ ଦଳ ବୈଠକରେ ହଠାତ୍ ‘ତୃଣମୂଳ କଂଗ୍ରେସ’ର ୨ଜଣ ସଦସ୍ୟ ଯୋଗ ଦେଇଥିଲେ। ସେ ୨ଜଣ ହେଉଛନ୍ତି ପ୍ରସୂନ ବାନାର୍ଜୀ ଓ ଜବାହର୍ ସରକାର।
ସୂଚନାଯୋଗ୍ୟ, ‘ବିଜେପି’ ବିରୋଧରେ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳମାନଙ୍କୁ ଏକତ୍ର କରାଯିବା ଉଦ୍ୟମରୁ ‘ତୃଣମୂଳ କଂଗ୍ରେସ’ ଦୂରେଇ ରହୁଥିଲା।
ସେମାନଙ୍କ ଉପସ୍ଥିତିକୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଲକ୍ଷ୍ୟ କରି କହିଲେ, ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଗଣତନ୍ତ୍ର ଓ ସମ୍ବିଧାନରକୁ ରକ୍ଷା କରିବା ଲାଗି ଆଗେଇ ଆସୁଥିବା ଯେକୌଣସି ବ୍ୟକ୍ତିବିଶେଷଙ୍କୁ କଂଗ୍ରେସ ସ୍ବାଗତ କରିବ।