*ଏପ୍ରିଲରେ ଆସୁଛି ‘ପ୍ରିୟେ ତୁମୋ ସିଏ’*

0

ଭୁବନେଶ୍ୱର : ପ୍ରଥମଥର ଏକାଠି ଆସୁଛନ୍ତି ଅମ୍ଳାନ – ଏଲିନା
ଏପ୍ରିଲରେ ଆସୁଛି ‘ପ୍ରିୟେ ତୁମୋ ସିଏ’ । ପ୍ରଥମଥର ପାଇଁ ପରଦାକୁ ଆସୁଛନ୍ତି ଅମ୍ଳାନ – ଏଲିନା । ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିବ । ଅନେକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଚରିତ୍ରରେ ଦେଖିବେ ଦର୍ଶକ ।

ପ୍ରେମ ହେଇଯାଏ । କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକପ ଗରୀବ ପୁଅକୁ ଦିଲ୍ଲରେ ଜାଗା ଦେଇଛି ଜମିଦାରୀ ଝିଅ । ଏମିତି କାହିଁକି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର, ନିଛକ ଛବୀ । ପ୍ରେମ-ପ୍ରତିଶ୍ରୁତି-ପାଗଲପନର ପ୍ରତିମୂର୍ତ୍ତୀ । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚର । ଝାହାର ଟାଇଟେଲ ରହିଛି ‘ପ୍ରିୟେ ତୁମୋ ସିଏ’ ।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ । ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । ନିଛକ ଏକ ଓଡ଼ିଆ ପ୍ରେମ କାହାଣୀର ରଚନା କରିଛନ୍ତି ଜଣାଶୁଣା ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ସାଇଣ୍ଟିଷ୍ଟ ବୈଦନାଥ ଦାସ । ଫିଲ୍ମରେ ଅନେକ ଲୋକପ୍ରିୟ ଅଭିନେତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ବେଶ ଆକୃଷ୍ଟ କରିବ । ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ବାରିପଦାରେ ସୁଟିଂ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି ।

ଝିଲିକ ମୋସନ ପିକଚର ନେଇ ଆସୁଛି ନିଜ ବ୍ୟାନରରେ ଚତୁର୍ଥ ଚଳଚ୍ଚିତ୍ର । ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ । ଏବେ ପ୍ରଯୋଜକ ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର। ଝିଳିକଙ୍କ ବ୍ୟାନରରେ ରୁଦ୍ରାଣୀ, କିସମିସ ଏବଂ ତୋର ମୋର କଟି ପରେ ଆସୁଛି ପ୍ରିୟେ ତୁ ମୋ ସିଏ। ସମସ୍ତ ଫିଲ୍ମକୁ ଦର୍ଶକଙ୍କ ମିଳିଛି ଭଲ ରେସପନସ । ଏପ୍ରିଲରେ ଆସୁଥିବା ଏଲିନା – ଆମ୍ଳନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ।

Leave A Reply

Your email address will not be published.