ଆଜି ପ୍ରତିଷ୍ଠା ହେବ ଲିଙ୍ଗରାଜଙ୍କ ରୁକୁଣା ରଥ

0

ଭୁବନେଶ୍ୱର(ଆମ ଟିଭି): ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଏନେଇ ଆଜି ପ୍ରତିଷ୍ଠା ହେବ ରୁକୁଣା ରଥ । ଏଥପାଇଁ ଚଳଚଞ୍ଚଳ ପୁରା ଭୁବନେଶ୍ୱର । ଆଜି ମଧ୍ୟ ରାତ୍ରିରୁ ଶ୍ରୀଲଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ବିଧି ଅନୁସରେ ପ୍ରଥମେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିର ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ ।

ରଥ ପାଇଁ ପାଣି ଯିବା ପରେ ମରୀଚିକୁଣ୍ଡରୁ ଉଠିଥିବା ଅନ୍ୟ କଳସ ଜଳ ନିଲାମ କରାଯିବ । ଏହି ପାଣି ସ୍ନାନ କଲେ ମହିଳାମାନଙ୍କୁ ସନ୍ତାପପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ରାତିରେ ନୀତିକାନ୍ତି ହେବାର ଥିବାରୁ ଅସ୍ଥାୟୀ ଘର ଏବଂ ଲାଇଟ୍ ବ୍ୟବସ୍ଥା କରାଯାଇଛି । ବିଧି ଅନୁସାରେ ଆଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ତିଥିରେ ରଥ ନିର୍ମାଣ ସରିବା ପରେ ପ୍ରତିଷ୍ଠା ହୋଇଥାଏ ।

Leave A Reply

Your email address will not be published.