ବିଜେପିରେ ମିଶିଲେ ଚହଲ….

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କର ରାଜନୈତିକ ଡେବ୍ୟୁ ଘୋଷଣା କରିଛନ୍ତି। ସେ ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଜାତୀୟ ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ କମିଟିରେ ନିଯୁକ୍ତ କରିଛି। ବିଜେପି ପକ୍ଷରୁ ଓବିସି ମୋର୍ଚ୍ଚାର ନୂତନ ରାଷ୍ଟ୍ରୀୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇବା ପରେ ଚହଲଙ୍କ ରାଜନୈତିକ ଇନିଂସ ଆରମ୍ଭ ହୋଇଛି। ପୂର୍ବରୁ ୟୁଜଭେନ୍ଦ୍ର ଚହଲ ଓବିସି ମୋର୍ଚ୍ଚା ସଭାପତି ଅମରପାଲ ମୌର୍ଯ୍ୟଙ୍କ ସହିତ ସାକ୍ଷାତ କରିଥିଲେ।

ୟୁଜଭେନ୍ଦ୍ର ଚହଲଙ୍କ ବ୍ୟତୀତ, ବିଜେପି ଅନ୍ୟାନ୍ୟ ପଛୁଆ ବର୍ଗ ମୋର୍ଚ୍ଚାର ଜାତୀୟ ପଦାଧିକାରୀମାନଙ୍କୁ ମଧ୍ୟ ନିଯୁକ୍ତ କରିଛି। ଆସାମରୁ ଯୋଗେନ ମୋହନ, ଓଡ଼ିଶାରୁ ମମତା ମହାନ୍ତ, ଉତ୍ତର ପ୍ରଦେଶରୁ ସଙ୍ଗମ ଲାଲ ଗୁପ୍ତା, ମହାରାଷ୍ଟ୍ରରୁ ବବନରାଓ ରାଓଜୀ ଚୌଧୁରୀ, ଦିଲ୍ଲୀରୁ ସତପ୍ରକାଶ ରାଣା, ବିହାରରୁ ଅର୍ଜୁନ ସାହାଣୀ ଏବଂ ଉତ୍ତର ପ୍ରଦେଶରୁ ସଙ୍ଗୀତା ବଳୱନ୍ତ ବିନ୍ଦଙ୍କୁ ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ଦିଲ୍ଲୀରୁ ଗଜେନ୍ଦ୍ର ଯାଦବ, କର୍ଣ୍ଣାଟକରୁ ପ୍ରମୋଦ ମାଧବରାଜ ଏବଂ ଛତିଶଗଡ଼ରୁ ଲଳିତ ଚନ୍ଦ୍ରାକରଙ୍କୁ ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି। ବିଜେପି ବିଭିନ୍ନ ରାଜ୍ୟରୁ ସାତ ଜଣ ନୂତନ ଜାତୀୟ ସମ୍ପାଦକ ଏବଂ ୩୭ ଜଣ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତ କରିଛି।

Leave A Reply

Your email address will not be published.