ପଶ୍ଚିମା ଝଡ଼ ପ୍ରଭାବରେ ଆହୁରି ୪ ଦିନ ବର୍ଷିବ

0

ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମ ଝଡ଼ ପ୍ରଭାବରେ ବର୍ଷା । । ଆସନ୍ତା ୪ ଦିନ ପର୍ୟ୍ୟନ୍ତ ଏପରି ଘଡ଼ଘଡ଼ି ସହ ବର୍ଷା ଜାରି ରହିବା ସମ୍ଭାବନା ରହିଛି । ଆସନ୍ତାକାଲି ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ । ଏହାକୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ୨୮, ୨୯, ୩୦ ଓ ୩୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଚ୍ଚ ୩୦ ଓ ୩୧ ତାରିଖରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ମଧ୍ୟ ପଶ୍ଚିମାଝଡ ପ୍ରଭାବରେ ବର୍ଷା ଲାଗି ରହିଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ପଶ୍ଚିମାଝଡ ପ୍ରଭାବରେ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ । ତେବେ ଏହାର ପ୍ରଭାବ ଶେଷ ନହେଉଣୁ ୨୯ ତାରିଖରେ ଆଉ ଏକ ପଶ୍ଚିମାଝଡ ଆସିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଆଜି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଆଦି ୧୦ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ । ୩୦ ତାରିଖ ଦିନ ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ବର୍ଷା ହେବ ଓ ପବନର ବେଗ ୩୦ରୁ ୪୦ କିମି ରହିବ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୋନପୁର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

 

Leave A Reply

Your email address will not be published.