ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ଦଳକୁ ବଡ଼ ଝଟକା, ହାରିଲା ରିପବ୍ଲିକାନ୍ ପାର୍ଟି

0

ଆମେରିକା: ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ଦଳକୁ ବଡ଼ ଝଟକା। ହାରିଲା ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି । ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ରାଜନୈତିକ ଝଟକା ଲାଗିଛି । ନିର୍ବାଚନରେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ଅନେକ ଗୁରୁତ୍ୱପୂର୍ଣ୍ଣ ଆସନରେ ବିଜୟୀ ହୋଇଛି ।

ଡେମୋକ୍ରାଟ୍ ମାନେ ଆମେରିକାର ସିନେଟରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ରିପବ୍ଲିକାନ୍ ପାର୍ଟିକୁ ପଛରେ ପକାଇ ଦମଦାର ପ୍ରଦର୍ଶନ କରିଛି ବିରୋଧୀ ଡେମୋକ୍ରାଟିକ୍ ପାର୍ଟି । ଦେଶରେ ବଢ଼ୁଥିବା ଦରଦାମ, ଜୀବନଯାପନ ଖର୍ଚ୍ଚ, ଇରାନ୍ ଯୁଦ୍ଧ ଓ ଟ୍ରମ୍ପ ପ୍ରଶାସନର ନୀତି ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ନିର୍ବାଚନୀ ଫଳାଫଳ ପରେ ଏବେ ୱାଶିଂଟନ୍ ରେ ବଦଳିଛି କ୍ଷମତା ସମୀକରଣ। ସିନେଟ୍ ରେ ଡେମୋକ୍ରାଟ୍ ଙ୍କ ନିୟନ୍ତ୍ରଣ ଟ୍ରମ୍ପଙ୍କ ଆଗାମୀ ନୀତି ଓ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ ।

Leave A Reply

Your email address will not be published.