ଆସନ୍ତାକାଲି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ, କଡ଼ା ନଜରରେ ବିବାଦୀୟ କୋଟିଆ ଅଞ୍ଚଳ

0

ଜୟପୁର : ଆସନ୍ତାକାଲି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ହେବ । ବିବାଦୀୟ କୋଟିଆ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଭାବେ କୋରାପୁଟ ପ୍ରଶାସନ ଓ ପୋଲିସର କଡ଼ା ନଜରରେ ରହିଛି । ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୋଟିଆରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଶେଷ କରି ନେରିଡିବାଲ୍ସା, ଫଗୁଣସୀନେରୀ ଓ ଫାଟୁସୀନେରୀ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ।

ଗତକାଲି ନେରିଡିବାଲ୍ସାରେ ଓଡ଼ିଶା ଓ ଆନ୍ଧ୍ରର ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମୁହାଁମୁହିଁ ହୋଇଥିଲେ । ଏପରିକି ଆନ୍ଧ୍ର ପୋଲିସ ଓଡ଼ିଶା ପକ୍ଷରୁ ନିର୍ମିତ ବେରିକେଟ୍ କୁ ଭାଙ୍ଗିବାକୁ ଚେଷ୍ଟା କରିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ନେରିଡିବାଲ୍ସାରେ ନିଜେ ଡେରା ପକାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.