ପୁଣି ବଢିଲା ଓମଫେଡ କ୍ଷୀର ଦାମ୍

0

ଭୁବନେଶ୍ୱର (ଆମ ଟିଭି): ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇଗଲେଣି ସାଧାରଣ ଜନତା । ଏହାରି ଭିତରେ ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ ହେବ ନେଇ ଓମଫେଡ କହିଛି । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂଆ ଦର ଲାଗୁ ହେବା ଫଳରେ ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୫୦୦ ଏମଏଲ ପ୍ରିମିୟମ କ୍ଷୀର ଓ ଗୋଲ୍ଡ କ୍ଷୀରର ଦାମ ୨୪ ଟଙ୍କାରୁ ୨୬ ଟଙ୍କା ବୃଦ୍ଧି ପାଇଛି । ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି । ଓମେଫେଡ କ୍ଷୀର ବିକ୍ରିର ୯୦ ପ୍ରତିଶତ ରାଶି କେବଳ ଦୁଗ୍ଧ କିଣିବା ପାଇଁ ବ୍ୟୟ କରାଯାଇଥାଏ । ଦର ବୃଦ୍ଧି ହେବା ଯୋଗୁ ଚାଷୀ ହେବେ ଲାଭବାନ କିନ୍ତୁ ଖାଉଟିଙ୍କ ପକେଟ ଉପରେ ମାଡ ପଡିବ ।

 

Leave A Reply

Your email address will not be published.