ଚମ୍ପାବତ ବିଧାନସଭା ଉପ ନିର୍ବାଚନରେ ଧାମୀଙ୍କ ବଡ଼ ବିଜୟ
ନୂଆଦିଲ୍ଲୀ(ଆମ ଟିଭି): ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଚମ୍ପାବତ ବିଧାନସଭା ଉପ ନିର୍ବାଚନରେ ବଡ ବିଜୟ ହାସଲ କରିଛନ୍ତି ଧାମୀ । କଂଗ୍ରେସର ନିର୍ମଳ ଗୋହତୋଡିଙ୍କୁ ୫୪, ୧୨୧ ଭୋଟରେ ମାତ ଦେଇଛନ୍ତି । ଏହି ନିର୍ବାଚନରେ କଂଗ୍ରେସକୁ ୩୬୦୭ ଭୋଟ ମିଳିଛି । ବିଜୟ ପରେ ଉତ୍ତରାଖଣ୍ଡରେ ବିଜେପି ପ୍ରାର୍ଥୀମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଛନ୍ତି ବିଜେପି ପୁଷ୍କର ସିଂ ଧାମୀଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଲଢିଥିଲା । ଏଥିରେ ବିଜେପି ବିଜୟୀ ହୋଇଥିଲା ।
ପୂର୍ବ ନିର୍ବାଚନରେ ନିଜେ ଧାମୀ ଖଟିମା ଆସନରୁ ପରାଜିତ ହୋଇଥିଲେ । ଏହାପରେ ବି ପାର୍ଟି ପୁଷ୍କର ସିଂ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଆଉ ଚମ୍ପାବତ ବିଧାନସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇଥିଲେ । ଏଥିପାଇଁ ମେ ୩୧ରେ ଭୋଟିଂ ହୋଇଥିଲା । ତେବେ ଆଜି ଫଳ ବାହାରିଛି ।