ନ୍ୟାୟ ପ୍ରଦାନ କରିବା ରାଜ୍ୟ ମଧ୍ୟରେ କର୍ଣ୍ଣାଟକ ଶୀର୍ଷ ସ୍ଥାନରେ
ନୂଆଦିଲ୍ଲୀ: ସମଗ୍ର ଦେଶରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ରହିଛି କର୍ଣ୍ଣାଟକ। ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ (ଆଇଜେଆର୍) ଅନୁଯାୟୀ ୨୦୨୨ରେ କର୍ଣ୍ଣାଟକ ରାଜ୍ୟ ଦେଶର ଏକ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୮ଟି ବୃହତ୍ ଓ ମଧ୍ୟମ ଆକାରର ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି।
ଏହା ପଛକୁ ତାମିଲନାଡ଼ୁ ରାଜ୍ୟ ଦ୍ଵିତୀୟ ଓ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶ ରାଜ୍ୟ ୧୮ ତମ ସ୍ଥାନରେ ରହିଛି ଯାହାକି ସର୍ବନିମ୍ନ ଅଟେ।
ନ୍ୟାୟ ପ୍ରଦାନର ୪ଟି ସ୍ତମ୍ଭ ଯଥା ପୁଲିସ, ନ୍ୟାୟପାଳିକା, ଜେଲ ଓ ଆଇନ ସହାୟତାର ସାମଗ୍ରିକ ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ତାଳିକାରେ ଗୁଜରାଟ ରାଜ୍ୟ ଚତୁର୍ଥ ଏବଂ ଆନ୍ଧ୍ରପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି।