ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁ-କାଶ୍ମୀରେ ୩୭୦ ଧାରା ଉଚ୍ଛେଦ ହେବା ପରେ ସେଠାରେ କ’ଣ ବିକାଶ ହୋଇଛି । କେତେ ବାହାର ଲୋକ ସେଠାରେ ଜମି କିଣିଛନ୍ତି? ତାକୁ ନେଇ ବିରୋଧୀ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି । ବୁଧବାର ଦିନ ବିରୋଧୀଦଳ ନେତାଙ୍କ ଏଭଳି ପ୍ରଶ୍ନର ଉତର ରଖିଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
ନିତ୍ୟାନନ୍ଦ ରାୟ ଗୃହରେ ଦେଇଥିବା ସୂଚନା ମୁତାବକ ୨୦୨୦,୨୦୨.୨୦୨୨ ରେ ମୋଟ ୧୮୫ ଜଣ ବାହାର ଲୋକ ଜମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ଲଦାଖ କଥା ମଧ୍ୟ କହିଛନ୍ତି । ନିତ୍ୟାନନ୍ଦ ରାୟ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ ଗତ ୩ବର୍ଷ ମଧ୍ୟରେ ଲଦାଖରେ କୌଣସି ବାହାର ଲୋକ ଜମି କିଣି ନାହାଁନ୍ତି ।
କେବଳ ସେତିକି ନୁହେଁ ଜମ୍ମୁ-କାଶ୍ମୀରରେ ଗତ ୩ବର୍ଷ ମଧ୍ୟରେ ୧୫୫୯ଟି ଭାରତୀୟ ଓ ବହୁ ରାଷ୍ଟ୍ରୀୟ କମ୍ପାନୀ ନିବେଶ କରିଛନ୍ତି । ଏହାସହ କ୍ରାଇମ୍ ରେକର୍ଡ ବ୍ୟୁରୋ ତରଫରୁ କ୍ରାଇମ ଇଣ୍ଡିଆ ନାମକ ନିଜର ରିପୋର୍ଟରେ ଦର୍ଶାଇଛି କି, ଗତ ୩ବର୍ଷ ମଧ୍ୟରେ ଆଇପିସି ଓ ଲୋକଲ ଲ ମୁତାବକ ଜମ୍ମୁ-କାଶ୍ମୀରରେ ନାବାଳକଙ୍କ ନାମରେ ଆସୁଥିବା ଅଭିଯୋଗ କମ୍ ହୋଇଛି । କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ କହିଛନ୍ତି କି, ୨୦୧୯ ମସିହାରେ ନାବାଳକଙ୍କ ବିରୋଧରେ ୩୨,୨୬୯ ଟି ମାମଲା, ୨୦୨୧ ରେ ୨୯,୭୬୮ଟି ମାମଲା ଓ ୨୦୨୧ ରେ ୩୧,୧୭୦ଟି ମାମଲା ରୁଜୁ ହୋଇଛି