କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ସଦର ବିଧାୟକ । ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ସୁଦର୍ଶନ ମିଶ୍ରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ । ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଏବଂ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗସ୍ତ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ପତ୍ର ଲେଖିଛନ୍ତି ବିଧାୟକ।
ଡେପୁଟି ୱାର୍ଡେନଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗ କରି ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନେ ଅନଶନରେ ବସିଥିଲେ। ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଯାଉ ବୋଲି ଚାହୁଁଥିଲେ ବୋଲି ସେ କହିଥିଲେ । ହେଲେ ପରିସ୍ଥିତିକୁ ସ୍ଵାଭାବିକ କରିବା ଉଦ୍ଦେଶ୍ୟରେ ରେଭେନ୍ସା ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନାରେ କରିବା ସମୟରେ, ଶିକ୍ଷା ବିଭାଗର ମୁଖ୍ୟ ଏବଂ ମୁଖ୍ୟ ୱାର୍ଡେନ ଡକ୍ଟର ସୁଦର୍ଶନ ମିଶ୍ର ବାରମ୍ବାର ବାଧା ଦେଇଥିବା ଅଭିଯୋଗ ଆଣିଲେ ବିଧାୟକ। ଅସମ୍ମାନଜନକ ଏବଂ ଅପମାନଜନକ ଆଚରଣ କରିଥିବା ଅଭିଯୋଗ ଆଣିଲେ ବିଧାୟକ। ତେଣୁ ଚିପ୍ ୱାର୍ଡେନ ଦୁର୍ବ୍ୟବହାର କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଧାୟକ ଦାବି କରିଛନ୍ତି ।