ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

0

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ପ୍ରଶ୍ନ କରିଛନ୍ତି, ରାହୁଲ ଗାନ୍ଧିଙ୍କ ବ୍ୟକ୍ତିଗତ ଆଇନଗତ ଲଢ଼େଇକୁ କଂଗ୍ରେସ ଗଣତନ୍ତ୍ର ପାଇଁ ଲଢ଼େଇ ବୋଲି କାହିଁକି କହୁଛି। ସିନ୍ଧିଆ କହିଛନ୍ତି, କଂଗ୍ରେସ ଯେତେ ତଳକୁ ସମ୍ଭବ ଖସିବା ଏବଂ ଭାରତର ଗଣତନ୍ତ୍ର ସହ ଖେଳିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ରାଜନୈତିକ ଭାବେ ପ୍ରାସଙ୍ଗିକ ରହିବା ପାଇଁ ସେମାନେ ସବୁ କରିବାକୁ ପ୍ରସ୍ତୁତ। ସେମାନଙ୍କର ଏହି ଲଢ଼େଇ ହେଉଛି ଏକ ବ୍ୟକ୍ତିଗତ ଲଢ଼େଇ, ଗଣତନ୍ତ୍ର ପାଇଁ ଲଢ଼େଇ ନୁହେଁ। ଏହାକୁ ଯେତେ ସମାଲୋଚନା କଲେ ବି କମ୍ ହେବ।

ଏକ ସାମ୍ବାଦିକ ସମ୍ମିଳନୀରେ ସିନ୍ଧିଆ କହିଲେ, ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବାରେ ରାହୁଲ ଗାନ୍ଧି ପ୍ରଥମ ବ୍ୟକ୍ତି ନୁହନ୍ତି। ପୂର୍ବରୁ ଜୟଲଲିତା ଓ ଆଜମ ଖାନ୍ ବି ଅଯୋଗ୍ୟ ଘୋଷିତ ହୋଇଛନ୍ତି। କିନ୍ତୁ ଏତେବେଳକୁ ଏତେ ବୋବାଳି କାହିଁକି? କାହିଁକି ଏବେ କଳା ପୋଷାକ ପିନ୍ଧାଯାଉଛି? ରାହୁଲ ଗାନ୍ଧିଙ୍କୁ ସ୍ବତନ୍ତ୍ର ଟ୍ରିଟ୍‌ମେଣ୍ଟ କରାଯାଉଛି। ସେ କୋର୍ଟକୁ ଗଲାବେଳେ କଂଗ୍ରେସ ନେତାମାନଙ୍କର ଏକ ଫୌଜ ତାଙ୍କ ସହ ଯାଉଛନ୍ତି। ଏହା ଯଦି ବିଚାରବିଭାଗ ଉପରେ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ନୁହେଁ, ତେବେ ଏହା କାହିଁକି କରାଯାଉଛି? ଏହା କ’ଣ ଗାନ୍ଧୀବାଦୀ ରାଜନୀତି? ଜଣେ ବ୍ୟକ୍ତି ପାଇଁ କାହିଁକି ଏତେସବୁ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.