ଷ୍ଟାଲିନଙ୍କୁ ଆମନ୍ତ୍ରଣ କଲେ ମଲ୍ଲିକାର୍ଜୁନ ଖଡଗେ: ଜାଣନ୍ତୁ କାହିଁକି?

0

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ପାଇଁ ଏକାଠି ହେଲେଣି ମୋଦୀ ବିରୋଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ବିପକ୍ଷରେ ସମଭାବାପନ୍ନ ବିରୋଧୀ ନେତାମାନଙ୍କୁ ଏକତ୍ର କରି କଂଗ୍ରେସ ଆୟୋଜନ କରିବାକୁ ଯାଉଥିବା ବୈଠକକୁ ତାମିଲ୍ନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ଙ୍କୁ ଆମନ୍ତ୍ରଣ କରାଯାଇଥିବା କଥା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍କେ’ର ମୁଖ୍ୟ ଏମ୍. କେ. ଷ୍ଟାଲିନ୍ଙ୍କ ସହିତ ଫୋନ୍ରେ କଥାବାର୍ତ୍ତା କରିବା ସହିତ ପ୍ରସ୍ତାବିତ ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଛନ୍ତି। ତାମିଲନାଡୁ ଏବଂ ଜାତୀୟସ୍ତରରେ କଂଗ୍ରେସର ମୁଖ୍ୟ ସହଯୋଗୀ ‘ଡିଏମ୍କେ’ ମଧ୍ୟ କଂଗ୍ରେସ ପରିକଳ୍ପିତ ବିରୋଧୀ ବୈଠକକୁ ସମର୍ଥନ କରିଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ସମଭାବାପନ୍ନ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଆସନ୍ତା ବର୍ଷ ହେବାକୁ ଥିବା ଜାତୀୟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବା ଲାଗି କଂଗ୍ରେସ ପାର୍ଟି ଏହି ବୈଠକ ଆୟୋଜନ କରିବାକୁ ଚିନ୍ତା କରିଛି।

 

Leave A Reply

Your email address will not be published.