ପୁଣି ଟୁଇଟରକୁ ଫେରିଲା ନୀଳ ପକ୍ଷୀ
ନୂଆଦିଲ୍ଲୀ :ମାତ୍ର ୩ ଦିନ ବ୍ୟବଧାନରେ ଫେରି ଆସିଲା ନୀଳ ପକ୍ଷୀ, କେଉଁଆଡ଼େ ଗାଏବ ହୋଇଗଲା କୁକୁର। ଗତ ୪ ତାରିଖ ସକାଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଲୋଗୋରୁ ନୀଳ ପକ୍ଷୀକୁ ହଟାଇ ତାହା ସ୍ଥାନରେ ଏକ ଡଗିକୁ ବସାଇ ଦିଆଯାଇଥିଲା। ମାତ୍ର ଆଜି ସକାଳେ ପୁଣି ଥରେ ଦେଖିବାକୁ ମିଳିଛି ପୁରୁଣା ଚିହ୍ନା ଚିହ୍ନା ନୀଳ ପକ୍ଷୀ ।
ମସ୍କ ଗତ ଫେବୃଆରୀରେ ଏକ କୁକୁର ଫଟୋ ଶେଆର କରି ନୂତନ ବସ୍ ଅଦଭୁତ ବୋଲି ଲେଖିଥିଲେ। ସେବେଠାରୁ ଟ୍ୱିଟରରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଥିଲା। ଏହାପରେ ହଠାତ୍ ୪ ତାରିଖ ସକାଳୁ ଟ୍ୱିଟରର ଲୋଗୋ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା।
କିଛି ଦିନ ପାଇଁ ଟ୍ୱିଟରର ଲୋଗୋ ପାଲଟିଥିବା ଏହି କୁକୁରର ନାମ ଡାଁଜ୍ କାବୋସୁ ଏବଂ ଏହା ଏକ ଜାପାନୀ କୁକୁର। ୨୦୧୦ ମସିହାରେ ଏହି କୁକୁରର ମାଲିକ ନିଜ କୁକୁରର ଏକ ଫଟୋ ଏକ ବ୍ଲଗ୍ରେ ଶେଆର କରିଥିଲେ। ସେବେଠାରୁ ଏହି କୁକୁରର ଫଟୋ ଥିବା ମିମ୍ସ ବିଟି କଏନ୍ ପରି ଅନ୍ୟ କ୍ରିପ୍ଟୋ କରେନ୍ସିର ମଜାକ ଉଡ଼ାଇବା ପାଇଁ ବ୍ୟବହାର କରାଯାଉଛି।
ଅପରପକ୍ଷେ, ବ୍ଲୁ ଟିକ୍ ମାର୍କ ଥାଇ ବି ଦେୟ ଦେଉ ନ ଥିବା ୟୁଜର୍ସଙ୍କୁ ଟ୍ୱିଟର ଅନଫଲୋ କରିବା ଆରମ୍ଭ କରିଛି। ଏହିଭଳି ପ୍ରାୟ ୨,୨୫,୦୦୦ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଟ୍ୱିଟର ଅନଫଲୋ କରି ସାରି ସାରିଛି।