ଅମୃତପାଲ ପାଇଁ ସବୁ ପୋଲିସଙ୍କ ଛୁଟି ବାତିଲ

0

ନୂଆଦିଲ୍ଲୀ :ପଞ୍ଜାବ ସରକାରଙ୍କ ନିଦ ହଜାଇଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ଖଲିସ୍ତାନୀ ଆନ୍ଦୋଳନ ନିଆଁ ପୁଣି ଥରେ ଇନ୍ଧନ ଯୋଗାଇ ପଞ୍ଜାବରେ ଅଶାନ୍ତ ସୃଷ୍ଟି କରି ଫେରାର ଥିବା ଅମ୍ରିତପାଲ ସିଂହ ଏଯାଏ ପୁଲିସ ହାତରେ ଧରାପଡ଼ି ନାହାନ୍ତି। ଅମ୍ରିତପାଲ ସିଂହଙ୍କୁ ଗିରଫ ପାଇଁ ପଞ୍ଜାବ ପୁଲିସ ନାକେଦମ ହୋଇଥିବା ବେଳେ ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ପୁଲିସଙ୍କ ଛୁଟି ବାତିଲ ହୋଇଯାଇଛି। ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସମସ୍ତ ଗେଜେଟେଡ୍ ଏବଂ ଅଣ-ଗେଜେଟେଡ୍ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ଜଣାପଡ଼ିଛି। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହକୁ ନେଇ ଖୋଳତାଢ଼ ଏବେ ବି ଜାରି ରହିଛି।

ତାକୁ ଗିରଫ କରିବାକୁ ପୁଲିସ ଲଗାତର ଉଦ୍ୟମ ଜାରି ରଖିଛି। ତେବେ ନିକଟରେ ଏକ ମୋଟର ଟ୍ରଲିରେ ଅମୃତପାଲ ପଳାଇ ଯାଇଥିବା ବେଳେ ସେହି ‌ଟ୍ରଲି ଡ୍ରାଇଭରଙ୍କ ସହ କଥା ହୋଇଛି ଗଣମାଧ୍ୟମ ସଂସ୍ଥା ଏନ୍‌ଡିଟିଭି। ଏନଡିଟିଭି ସହ ବାର୍ତ୍ତାଳାପରେ ମୋଟର ଟ୍ରଲି ଡ୍ରାଇଭର ଜଣକ ସଫେଇ ଦେଇ କହିଛନ୍ତି ଯେ ସେ ଅମୃତପାଲ ସିଂ ବୋଲି ତାଙ୍କୁ ଜଣା ନଥିଲା। ପଞ୍ଜାବର ଜଲନ୍ଧରରୁ ଖସିଯିବା ପରେ ସେ ହରିଆଣାରେ ଆତ୍ମଗୋପନ କରିଥିଲା। ବର୍ତ୍ତମାନ ପଞ୍ଜାବରେ ନଥିବା ଅମ୍ରିତପାଲକୁ ଶେଷଥର ପାଇଁ ହରିଆଣାରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.