ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଉଦଘାଟନ କଲେ ମୋଦି

0

ହାଇଦ୍ରାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଦ୍ବିତୀୟ ପର୍ଯ୍ୟାୟରେ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି।
ବିବିନଗରରେ ‘ଏମ୍‌ସ୍‌’ ସମେତ ତେଲେଙ୍ଗାନାରେ ୧୧,୩୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ନିମନ୍ତେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତର ଏହି ରାଜ୍ୟ ଗସ୍ତ କରିଛନ୍ତି।

ଆଜି ତେଲେଙ୍ଗାନାରେ ପହଞ୍ଚିବା ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ରାଜ୍ୟପାଳ ତମିଲିସୈ ସୌନ୍ଦରରାଜନ୍‌ ପାଛୋଟି ନେଇଥିଲେ।

ସୂଚନାଯୋଗ୍ୟ, ହାଇଦ୍ରାବାଦର ‘ଆଇଟି ନଗରୀ’କୁ ତିରୁପତିର ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିର ସହିତ ସଂଯୋଗ କରୁଥିବା ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ହେଉଛି ରାଜ୍ୟରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌। ଏହାଦ୍ବାରା ଦୁଇ ନଗରୀ ମଧ୍ୟରେ ଯାତ୍ରା ସମୟ ପ୍ରାୟ ସାଢ଼େ ୩ ଘଣ୍ଟା କମିଯାଉଥିବାରୁ ତୀର୍ଥଯାତ୍ରୀମାନେ ମଧ୍ୟ ଉପକୃତ ହେବେ।

Leave A Reply

Your email address will not be published.