ବାଚସ୍ପତି ହେବେ ବିକ୍ରମ ଆରୁଖ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବେ ବିଧାୟକ ବିକ୍ରମ କେଶରୀ ଆରୁଖ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ସାରିଥିବା ବିକ୍ରମ କେଶରୀ ଆରୁଖ ଏଥର କିନ୍ତୁ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ଵ ସମ୍ପାଦନ କରିବେ।

ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳରେ ବିକ୍ରମ ଆରୁଖ ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ପରିବେଷ ବିଭାଗର ମନ୍ତ୍ରୀ ଥିଲେ। ତେବେ ଆସନ୍ତା କାଲି ସେ ବାଚସ୍ପତି ଭାବେ ଶପଥ ନେବେ। ତେବେବେ ୧୩ ଜଣ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବା ନେଇ ସମ୍ଭାବନା ରହିଥିବା ବେଳେ ୮ ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.