ଆଜିଠୁ ଦୁଗ୍ଧ ଚାଷୀମାନେ ଛେନା, ପନିର ପାଇଁ ଅଧିକ ଦର ପାଇବେ
ଭୁବନେଶ୍ୱର(ଆମ ଟିଭି ): ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ହୋଟେଲ ଭେନସ ଇନରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ନିଷ୍ପତ୍ତି ଅନୁସାରେ ଯେହେତୁ ସରକାର ଦୁଗ୍ଧ କ୍ରୟର ଦାମ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଛନ୍ତି ଏହାକୁ ଦୃଷ୍ଟିରେ,ରଖି ଛେନା ଦର କିଲୋ ପ୍ରତି ୧୦ଟଙ୍କା ଏବଂ ପନିର ଦର କିଲୋ ପ୍ରତି ୧୫ ଟଙ୍କା ବୃଦ୍ଧି କରାଯାଇଛି । ଏହି ନୂଆ ଦର ଆସନ୍ତା କାଲି ଅର୍ଥାତ ୬ ତାରିଖରୁ ଲାଗୁ କରାଯିବ ।

ବୈଠକରେ ସମିତିର ସଭାପତି ବିମ୍ବାଧର ବେହେରା, ରାଜ୍ୟ ଆବାହକ ପ୍ରଶାନ୍ତ କୁମାର କର, ଖୋର୍ଦ୍ଧା ଜିଲା ସଭାପତି ଶିଶିର କୁମାର ମିଶ୍ର, କ୍ରିଷ୍ଣା ଭାଇ, ପ୍ରମୋଦ କୁମାର ପୃଷ୍ଟିଙ୍କ ସମେତ ୩୦ରୁ ଉର୍ଦ୍ଧ୍ଵ ବ୍ୟବସାୟୀ ଯୋଗ ଦେଇଥିଲେ । ଉକ୍ତ ନୂତନ ଦରକୁ ରାଜ୍ୟର ସମସ୍ତ ବ୍ୟବସାୟୀ ବନ୍ଧୁମାନେ କାରବାର କରିବାକୁ ସଂଘ ତରଫରୁ ସୂଚନା ଦିଆଯାଇଛି ।