ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ଯୁବରାଜଙ୍କୁ ଲାଗିଛି ବଡ଼ ଝଟକା । ସୁରଟ ସେସନ୍ସ କୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି । ମାନହାନି ମାମଲାରେ ରାହୁଲ କରିଥିବା ଆବେଦନକୁ ଖାରଜ କଲେ ସୁରଟ ସେସନ୍ସ କୋର୍ଟ । ମୋଦୀ ସାଙ୍ଗିଆ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା ।
ତେଣୁ ରାହୁଲ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ।ଯାହାକୁ ଖାରଜ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ କଂଗ୍ରେସ ହାଇକୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।