୨୨ ତାରିଖ ସକାଳ ୧୦ଟା ଯାଏ ସମ୍ବଲପୁରରେ ଇଣ୍ଟରନେଟ୍ ବ୍ୟାନ୍

0

ସମ୍ବଲପୁର (ଆମ ଟିଭି): ସମ୍ବଲପୁରରେ ଦଙ୍ଗାକୁ ନେଇ ଏବେ ସେଠାକାର ସ୍ଥିତି ଗମ୍ଭୀର ଅଛି । ଧୀରେ ଧୀରେ ସ୍ଥିତିର ସୁଧାର ଆସୁଛି । ସହରରେ ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ସମ୍ବଲପୁରରେ ଆଉ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ୨୨ ତାରିଖ ଶନିବାର ସକାଳ ୧୦ଟା ଯାଏ ଇଣ୍ଟରନେଟ୍ ବ୍ୟାନ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସେପଟେ ଦିନ କର୍ଫ୍ୟୁରେ ସର୍ବାଧିକ କୋହଳ କରାଯାଇଛି । ସକାଳ ୬ରୁ ସଂଧ୍ୟା ୬ କର୍ଫ୍ୟୁ କୋହଳ ଥିବା ବେଳେ ସନ୍ଧ୍ୟା ୬ରୁ ସକାଳ ୬ କର୍ଫ୍ୟୁ ବଳବତ୍ତର ରହିଛି । ଇଦ୍ ସମୟରେ ଇଦଗା ପଡ଼ିଆରେ ସାମୂହିକ ପ୍ରାର୍ଥନା କରାଯିବ ନାହିଁ । ସମସ୍ତେ ଘରେ ରହି ପ୍ରାର୍ଥନା କରିବା ପାଇଁ ନିବେଦନ କରିଛି ଇଦଗା କମିଟି । ସ୍ଥିତି ନେଇ କ୍ୟାମ୍ପ ଅଫିସରେ ଗତକାଲି ଡିଜିପି କରିଥିଲେ ବୈଠକ । ମୋଟାମୋଟି ଭାବେ ସମ୍ବଲପୁରରେ ସ୍ଥିତି ଶାନ୍ତ ଥିବା ସୂଚନା ଦେଇଛନ୍ତି ଡିଜିପି ।

Leave A Reply

Your email address will not be published.