ନୂଆଦିଲ୍ଲୀ(ଆମ ଟିଭି): ପୁଣି ସର୍ବିଆରେ ଫୁଟିଲା ଗୁଳି । ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ରାଜଧାନୀ ବେଲଗ୍ରେଡରୁ ପ୍ରାୟ ୬୦ କିଲୋମିଟର ଦୂରରେ ଫୁଟିଲା ଗୁଳି । ଚଳନ୍ତା ଗାଡ଼ିରୁ ମେସିନ୍ ଗନରେ ଅନ୍ଧାଧୁନ ଗୁଳିକରି ଫେରାର ହୋଇଯାଇଛି ଦୁର୍ବୃତ୍ତ । ଆତତାୟୀକୁ ଖୋଜୁଛି ପୋଲିସ ।