ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ କେ. ଏଲ ରାହୁଲ
ନୂଆଦିଲ୍ଲୀ ( ଆମ ଟିଭି): ଦିନକ ପରେ ଅର୍ଥାତ ଜୁନ ୯ ରୁ ଭାରତ ଖେଳିବ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍। ଏହା ପୂର୍ବରୁ ଆଜି ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି ଦଳର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସ୍ପିନର କୁଲଦୀପ ଯାଦବଙ୍କୁ। ଏନେଇ ଟୁଇଟ୍ କରି ସୂଚନା ଦେଇଛି ବିସିସିଆଇ।
ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ ମଧ୍ୟ ଆହତ କାରଣରୁ ସେ ଆଉ ସିରିଜର ଅଂଶ ହେବେ ନାହିଁ। ଏହି ପଦବୀରେ ଋଷଭ ପନ୍ତ ଦଳର ଅଧିନାୟକ ହେବେ। ଏହି ପା ଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ବିସିସିଆଇ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏଥି ସହିତ ଉପ-ଅଧିନାୟକଙ୍କ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରାଯାଇଛି, ଯିଏକି ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ୍ ଚାମ୍ପିଅନ୍ କରିଛନ୍ତି।