ଭୁବନେଶ୍ୱର (ଆମ ଟିଭି): ଆଜି ବିଧାନସଭା ପରିସରରେ ବିଧାୟିକା ଶପଥ ନେଇଛନ୍ତି ଦୀପାଳି ଦାସ । ବିଧାୟିକା ଭାବେ ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି । ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ ପାଇଁ ନିଷ୍ଠାର ସହ କାମ କରିବି । ବାପାଙ୍କ ବିକାଶମୂଳକ ସ୍ୱପ୍ନକୁ ପୂରା କରିବା ସହ ତାଙ୍କର ନାଁ ରଖିବି । ବାପାଙ୍କ ସଂସ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ବଳରେ ସର୍ବଦା ଝାରସୁଗୁଡାବାସୀଙ୍କ ସେବାରେ ରହିଥିବି ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ବାପା ସବୁବେଳେ ଝାରସୁଗୁଡାର ବିକାଶ ପାଇଁ କାମ କରି ଆସୁଥିଲେ । ସ୍ୱାସ୍ଥ୍ୟ ଠାରୁ ଶିଳ୍ପ ପ୍ରତି କ୍ଷେତ୍ରରେ ଝାରସୁଗୁଡାର ବିକାଶ ପାଇଁ କାମ କରୁଥିଲେ । ଝାରସୁଗୁଡାର ନୂତନ ନିର୍ମାଣ ପାଇଁ ବାପା ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରା କରିବି । ମହିଳାଙ୍କ ପାଇଁ କିଭଳି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାହା କରିବି । ଝାରସୁଗୁଡାର ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡିଛି । ଝାରସୁଗୁଡାରେ ସବୁବେଳେ ବିକାଶମୂଳକ କାମ ଜାରି ରହିବ ଏହା ମୋର ବିଶ୍ୱାସ ।