ଇମ୍ରାନଙ୍କ ଘରେ ଆତଙ୍କବାଦୀ ଲୁଚିଥିବା ପ୍ରସଙ୍ଗ: ମୁହଁ ଖୋଲିଲେ ଇମ୍ରାନ୍

0

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଇମ୍ରାନ୍ ଖାନଙ୍କୁ ନେଇ ଏବେ ଜୋରରେ ଚର୍ଚ୍ଚା । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନକୁ ଘେରି ରହିଛି ପାକିସ୍ତାନ ପୁଲିସ । ଲାହୋର ଜମାନ ପାର୍କରେ ଥିବା ଇମ୍ରାନଙ୍କ ଘରକୁ ବୁଧବାର ସଂଧ୍ୟାରୁ ପୁଲିସ ଫୋର୍ସ ଘେରି ରହିଛି । ପାକିସ୍ତାନ ସରକାର ଦାବି କରିଛନ୍ତି ଇମ୍ରାନଙ୍କ ଘରେ ୩୦ରୁ ୪୦ ଆତଙ୍କବ।।ଦୀ ଲୁଚି ରହିଛନ୍ତି । ତେବେ ୨୪ ଘଂଟା ମଧ୍ୟରେ ଆତଙ୍କବାଦୀମାନେ ପୁଲିସଙ୍କ ନିକଟରେ ସମର୍ପଣ କରନ୍ତୁ ବୋଲି ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଆମୀର ମୀର ଚେତାବନୀ ଦେଇଛନ୍ତି ।

ପାକିସ୍ତାନର ପୁଲିସର ଅପରେସନ ଜମାନ ପାର୍କକୁ ପାକ ସରକାରଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ଇମ୍ରାନ ଖାନ । ମିଛ ମାମଲାରେ ଫଶାଇବାକୁ ପାକିସ୍ତାନ ସରକାର ଓ ସେନା ମିଳିତ ଯୋଜନା କରୁଥିବା ଏକ ଭିଡିଓ ଜାରି କରି ଇମ୍ରାନ କହିଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ପାକ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କୁ କୌଣସି ସମୟରେ ଗିରଫ କରାଯାଇପାରେ । ସେପଟେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ପୁଲିସ ବିଚରାସ୍ତାରେ ଗୁଣ୍ଡାଗର୍ଦ୍ଦି କରି ଭୟର ବାତାବରଣ ସୃଷ୍ଟ କରୁଥିବା ସମର୍ଥକ କହିଛନ୍ତି ।

Leave A Reply

Your email address will not be published.