ନୂଆଦିଲ୍ଲୀ (ଆମ ଟିଭି): ଶପଥ ନେଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି । ସୁପ୍ରିମକୋର୍ଟର ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ଆଜି ଅନୁଷ୍ଠିତ ହୋଇଛି । ସର୍ବୋଚ୍ଚ କୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଜଷ୍ଟିସ କାଲପାଥି ଭେଙ୍ଗଟରମଣ ବିଶ୍ୱନାଥ । ବିଚାରପତିଙ୍କ ବରିଷ୍ଠତା ଦୃଷ୍ଟିରୁ କେଭି ବିଶ୍ୱନାଥ ୨୦୩୦ରେ ସୁପ୍ରିମକୋର୍ଟର ପ୍ରଧାର ବିଚାରପତି ହେବେ ।
ଜଷ୍ଟିସ ମିଶ୍ର ଓ ଜଷ୍ଟିସ ବିଶ୍ବନାଥଙ୍କୁ ବିଚାରପତି କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ମୋହର ପରେ ଆଜି ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଦୁଇ ନୂତନ ବିଚାରପତିଙ୍କ ଶପଥ ପାଠ କରାଇଛନ୍ତି ।