ଖୋଳାଳିଙ୍କ ପାଇଁ ହୋଟେଲରେ ପ୍ରସ୍ତୁତ ହେଉଛି ଏଇସବୁ ଖାଦ୍ୟ, ଜାଣନ୍ତୁ କଣ ଖାଇବେ ଖେଳାଳି…

0

ଭୁବନେଶ୍ଵର(ଆମ ଟିଭି): ଆସନ୍ତା ୧୩ ତାରିଖରେ ବାରବାଟିରେ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ପରେ ଖେଳାଳିମାନେ ଏକ ସ୍ଵତନ୍ତ୍ର ବସ୍ ଯୋଗେ ହୋଟେଲ୍ ମେଫେୟାର ହୋଟେଲକୁ ଯାଇଛନ୍ତି। ସେଠାରେ ଆଜି ରେଷ୍ଟ ନେବେ । ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ହୋଟେଲ ମେ’ ଫେୟାରରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ବିଶେଷ କରି ଖେଳାଳିମାନେ କ’ଣ ଖାଇବେ ସେନେଇ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହେଉଛି । ତେବେ ହୋଟେଲରେ ଭାରତୀୟ ପ୍ଲେୟାରଙ୍କୁ ଅଏଲ ଫ୍ରି ଏବଂ ଫ୍ୟାଟ୍ ଫ୍ରି ଖାଦ୍ୟ ପରସିବା ପାଇଁ ବିସିସିଆଇରୁ ଅର୍ଡର ଆସିଛି । ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ କଣ୍ଟିନେଣ୍ଟାଲ ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

ମେଫେୟାରର ମେନୁ ମୁତାବକ ସବୁ ଖେଳାଳିଙ୍କ ଥାଳିରେ ପାଇଁ ଡାଲମା ରହିବ । ଏହା ସହ ଖେଳାଳିଙ୍କ ଖାଦ୍ୟରେ ଛେନାପୋଡ ଦିଆଯିବ । ଆଗକୁ ରଜ ଥିବାରୁ ହୋଟେଲ ପକ୍ଷରୁ ୧୨ ପ୍ରକାର ପିଠା ପ୍ରସ୍ତୁତ ହେବ । ଖେଳାଳିମାନଙ୍କ ପାଇଁ କାକେରା, ଆରିସା, ଚକୁଳି ଓ ମଣ୍ଡା ପରି ପିଠା ଦିଆଯିବ । ଖେଳାଳିମାନେ ରେଡ୍ ମିଟ୍ ପସନ୍ଦ କରୁନଥିବାରୁ ତାହାକୁ ମେନ୍ୟୁରୁ ବାଦ୍ ଦିଆଯାଇଛି । ଅଲିଭ୍ ତେଲରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯିବ ।

Leave A Reply

Your email address will not be published.