ଆଜି ବି ଟାଣ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବ ଓଡ଼ିଶା

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଖରା ଜାରି ରହିଛି । ଆଜି ବି ଟାଣ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ । ସକାଳ ୮ଟା ପରଠୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । ଦିନ ୪ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି । ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି । ଗତକାଲି ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ନୂଆପଡା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଝାରସୁଗୁଡ଼ାରେ ପାରଦ ରହିଥିଲା ୪୩ ଦଶମିକ ୪ । ତାଳଚେରରେ ୪୩ ଦଶମିକ ୨, ଅନୁଗୁଳରେ ୪୩ ଦଶମିକ ୧ ଡିଗ୍ରୀ ରହିଥିଲା ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ତାତି ରହିଥିଲା ୪୨ ଦଶମିକ ୮ । ଆଗକୁ ଏପରି ତାତି ସହ ଗୁଳୁଗୁଳି ଅନୁଭୂତ ହୋଇପାରେ । ତେବେ ଚଳିତ ସପ୍ତାହରେ କେରଳ ଓ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ପ୍ରାକ୍ ମୌସୁମୀ ଯୋଗୁଁ ତାପମାତ୍ରା କମିବ। ତେବେ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଜୁନ୍ ୧୦ ଆଗରୁ ତାତି କମିବାର ସମ୍ଭାବନା କମ୍ ରହିଛି। ମେ ୨୬ ତାରିଖରେ ପଶ୍ଚିମ ଓ ୨୭ରେ ଉତ୍ତର ଓଡ଼ିଶାରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ।

 

Leave A Reply

Your email address will not be published.